No Result
View All Result
୩୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସଂୟ ଶାସିତ ମହାବିଦ୍ୟାଳୟର ପୁରୁଷ ଏନ୍.ସି.ସି. ସଂସ୍ଥା ଆନୁକୂଲ୍ୟରେ ଆଜି ପୁନେଟ୍ ସାଗର ଅଭିଯାନ କାର୍ଯ୍ୟକ୍ରମ ଅନୁଯାୟୀ ମହାନଦୀ କୂଳ ରାସ୍ତା ଓ ଘାଟକୁ କ୍ୟାଡେଟ୍ମାନେ ସଫା କରିଥିଲେ । ପୁରୁଷ ଏନ୍.ସି.ସି. ଅଧୁକାରୀ କ୍ୟାପଟେନ୍ ଗୁରୁବାରୀ ସାହୁଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯକ୍ରମରେ କଲେଜ ନିକଟସ୍ଥ ରଣପୁର ଘାଟ,
ତୁଠ ଓ ମହାନଦୀ କୂଳ ରାସ୍ତାକୁ କ୍ୟାଡେଟ୍ ମାନେ ସଫା ସୁତୁରା କରିଥିଲେ । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଏପରି କାର୍ଯ୍ୟକ୍ରମ ହଂସଶା କରିବା ସହ ନଦୀ,ପୋଖରୀ, ଗାଡିଆ ଆଦିକୁ ସଫା କରିବା ସହିତ ଜନସାଧାରଣଙ୍କୁ ଏଥୁରେ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ । କ୍ୟାଡେଟ୍ମାନେ ଅଳିଆ ଆବର୍ଜନାକୁ ଗାତ ଖୋଳି ପୋତି ଦେଇଥିଲେ ।
No Result
View All Result