No Result
View All Result
୩୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସହର ମା ଚର୍ଚ୍ଚିକା ବଣିକ ମହାସଂଘ ପୂଜା କମିଟି ବୈଠକ ମା ଷଷ୍ଠୀଦେବୀଙ୍କ ପ୍ରାଙ୍ଗଣାରେ କମିଟିର ସଭାପତି ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଆଗାମୀ ମହାଷ୍ଟମୀ, ଦଶହରା ଓ ମା ଚର୍ଚ୍ଚିକାଙ୍କର କୁମାର ପୂର୍ଣିମା ପୂଜା ଉପଲକ୍ଷେ ଏହି ବୈଠକରେ ବିଶଦ ଭାବେ ଆଲୋଚନ ହୋଇଥିଲା । ପୂଜା କିପରି ଶାନ୍ତି ଶୃଙ୍ଖଳାର ହେବା ସହ ଡି.ଜେ. ନବାଜିବା ପାଇଁ ସ୍ଥିର କରାଯାଇଛି । ବାଙ୍କୀ ମହୋତ୍ସବ ଅକ୍ଟୋବର ୧୭ ତାରିଖରୁ ୨୧ ତାରିଖ ୫ଦିନ ଧରି ଅନୁଷ୍ଠିତ ହେଉଥିବାରୁ ଏହାକୁ ପୂଜା କମିଟି ସହଯୋଗ କରିବା ସହ ଭଷାଣିକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବାପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା ।
ମହାସଂଘର ସମ୍ପାଦକ ଶ୍ରୀନିବାସ ବେହେରା , ସମ୍ପାଦକ ବିବରଣୀ ପାଠ କରିବା ସହ ୩୧ଟି ପୂଜା ମଣ୍ଡପର ସଭାପତି ଓ ସମ୍ପାଦକ ପ୍ରତ୍ୟେକ ପୂଜା ମଣ୍ଡପରେ ଉପସ୍ଥିତ ରହି କିପରି ଲୋକମାନେ ଶାନ୍ତି ଶୃଙ୍ଖଳା ସହ ପୂଜା ମଣ୍ଡପ ପରିଦର୍ଶନ କରିପାରିବେ ତା ଉପରେ ଗୁରୁତ୍ବ ଦେଇଥିଲେ। ଏହି ବୈଠକରେ ବରିଷ୍ଠ କର୍ମକର୍ତା ବିବେକାନନ୍ଦ ସାମଲ, ପ୍ରଦୀପ୍ କୁମାର ମହାପାତ୍ର, ପ୍ରେମାନନ୍ଦ ବେହେରା, କ୍ଷେତ୍ରବାସୀ ଦାଶ, ସରୋଜ କୁମାର ତ୍ରିପାଠୀ, ଅଜିତ୍ କୁମାର ପଣ୍ଡା, ସରୋଜ କୁମାର ସାମନ୍ତରାୟ, ସମରେନ୍ଦ୍ର ମହାପାତ୍ର, ସୁନିଲ କୁମାର ସାହୁଙ୍କ ସମେତ ସମସ୍ତ ପୂଜା ମଣ୍ଡପର ସଭାପତି, ସମ୍ପାଦକ ଏବଂ ସଦସ୍ୟମାନେ ଉପସ୍ଥିତ ଥିଲେ ।
No Result
View All Result