• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗୁରୁଗ୍ରାମରେ ନବୀନ ଗୋୟେଲଙ୍କୁ ଭୋଟ ଦେବାକୁ ଅକ୍ଷୟ ସାମଲଙ୍କର ନିବେଦନ

Proprietor Abhimanyu Maharana by Proprietor Abhimanyu Maharana
September 29, 2024
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ଗୁରୁଗ୍ରାମରେ ନବୀନ ଗୋୟେଲଙ୍କୁ ଭୋଟ ଦେବାକୁ ଅକ୍ଷୟ ସାମଲଙ୍କର ନିବେଦନ
Share on FacebookShare on TwitterWhatsapp

୨୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୁରୁଗ୍ରାମ  :-> ଗୁରୁଗ୍ରାମ ଆସନ ପାଇଁ ଆସନ୍ତା ବିଧାନସଭା ନିର୍ବାଚନରେ ସ୍ଵାଧୀନ ପ୍ରାର୍ଥୀ ନବୀନ ଗୋୟେଲଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ବିଶିଷ୍ଟ ସମାଜସେବୀ ତଥା ପ୍ରବାସୀ ଓଡ଼ିଆ ସମ୍ପ୍ରଦାୟର ନେତା ଇଞ୍ଜିନିୟର ଅକ୍ଷୟ ସାମଲ ନିବେଦନ କରିଛନ୍ତି। ଦୀର୍ଘ ପଚିଶ ବର୍ଷ ହେଲା ଗୁରୁଗ୍ରାମରେ ଅବସ୍ଥାନ କରୁଥିବା ଇଞ୍ଜିନିୟର ଶ୍ରୀ ସାମଲ କଳିଙ୍ଗ ଭାରତୀ ଫାଉଣ୍ଡେସନ ପ୍ରତିଷ୍ଠା କରି ଏଠାରେ ନିୟମିତ ଭାବେ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମମାନ ଆୟୋଜନ କରି ଆସୁଥିବା ଜଣାଯାଇଛି ।

ବୃତ୍ତିରେ ଜଣେ ଯନ୍ତ୍ରୀ ହୋଇଥିଲେ ମଧ୍ୟ ଶ୍ରୀ ସାମଲ ଦୀର୍ଘବର୍ଷ ଧରି ଶିଳ୍ପ ତଥା ବାଣିଜ୍ଯ ଭିତ୍ତିକ ଏହି ନଗର ଗୁରୁଗ୍ରାମଠାରେ ସକ୍ରିୟ ଭାବରେ ସାମାଜ ସେବା କରିଆସୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ଆଦର୍ଶ ମାନୁଥିବା ଇଞ୍ଜିନିୟର ସାମଲ ଭାରତୀୟ ଜନତା ପାର୍ଟିର ଜଣେ ସଦସ୍ୟ ଅଟନ୍ତି। ନବୀନ ଗୋୟେଲ ବିଜେପିର ଜଣେ ସଚ୍ଚା ସଙ୍ଗଠକ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କର ନିଷ୍ଠାପର ସମର୍ଥକ ହୋଇଥିଲେ ସୁଦ୍ଧା ସେ ଦଳୀୟ ଟିକେଟ ପାଇବାରୁ ବଞ୍ଚିତ ହେବା ପରେ ଏବେ ନିର୍ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ଶ୍ରୀ ଗୋୟେଲଙ୍କୁ ଗୁରୁଗ୍ରାମର ବିକାଶ ପୁରୁଷର ଆଖ୍ୟା ପ୍ରଦାନ କରି ଇଞ୍ଜିନିୟର ସାମଲ, ତାଙ୍କର ବିଧାୟକତ୍ୱରେ ଗୁରୁଗ୍ରାମ ସମୃଦ୍ଧି ଓ ପ୍ରସିଦ୍ଧିର ଶିଖର ସ୍ପର୍ଶ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ବିଜେପିର ପ୍ରକୃତ କାର୍ଯ୍ୟକର୍ତ୍ତାମାନେ ଶ୍ରୀ ଗୋୟେଲଙ୍କ ପଛରେ ଶକ୍ତ ଭାବରେ ଦଣ୍ଡାୟମାନଥିବା ସେ ସୂଚାଇଛନ୍ତି । ଗୁରୁଗ୍ରାମରେ ବସବାସ କରୁଥିବା ଭାରତବର୍ଷର ୩୬ ଟି ପ୍ରଦେଶ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରବାସୀ ଭୋଟଦାତା, ସମସ୍ତ ପ୍ରବାସୀ ଓଡ଼ିଆ ସଙ୍ଗଠନ ଏବଂ ଏହି ନିର୍ବାଚନ ମଣ୍ଡଳୀର ସଧାରଣ ମତଦାତାମାନେ ବିପୁଳ ସଂଖ୍ୟାରେ ଶ୍ରୀ ଗୋୟେଲଙ୍କୁ ଭୋଟ ଦେବାକୁ ନିଷ୍ପତ୍ତି କରିଥିବା ଇଞ୍ଜିନିୟର ସାମଲ ଗଣମାଧ୍ୟମକୁ ଜଣାଇଛନ୍ତି। ଗତ ତିନିବର୍ଷ ହେଲା ଶ୍ରୀ ଗୋୟେଲ ଏହି ପ୍ରବାସୀ ବାସିନ୍ଦାମାନଙ୍କର ସେବା କରିବାରେ ରାତିଦିନ ଲଗାଇ ଦେଇଥିବା ସେ ପ୍ରକାଶ କରିଛନ୍ତି। ବିଶେଷ କରି ଗରିବଗୁରୁବା, ପୀଡ଼ିତ, ବଞ୍ଚିତ ଓ ଅସହାୟ ଜନତାଙ୍କର ତ୍ରାଣକର୍ତ୍ତା ସାଜିଥିବା ନବୀନ, ଏଠାରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କର ସ୍ୱାର୍ଥ ଓ ସୁରକ୍ଷା ଦିଗରେ ବ୍ୟାପକ ଭାବରେ ଧ୍ୟାନ ଦେଇ ଆସୁଥିବା ଇଞ୍ଜିନିୟର ସାମଲ କହିଛନ୍ତି।

ଏଣୁ ଗୁରୁଗ୍ରାମର ପଚାଶ ହଜାର ଓଡ଼ିଆ ଭୋଟଦାତା ଭାଇ ଭଉଣୀ, ଶ୍ରୀ ଗୋୟେଲଙ୍କର ନିର୍ବାଚନୀ ଚିହ୍ନ ‘କାଚଗ୍ଲାସ’ ର ବଟନକୁ ଦବାଇ ସେମାନଙ୍କର ନୈତିକ ଦାୟିତ୍ଵବୋଧକୁ ନିଶ୍ଚିତ ଭାବରେ ସାବ୍ୟସ୍ତ କରିବେ ବୋଲି ସେ ଘୋଷଣା କରିଛନ୍ତି। ଓଡ଼ିଶାର ଜଣେ ପ୍ରମୁଖ ହିତାକାଂକ୍ଷୀ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ଶ୍ରୀ ଗୋୟେଲଙ୍କର ପ୍ରଚେଷ୍ଟା ଫଳରେ ନିକଟରେ ପାଞ୍ଚ ନମ୍ବର ସେକ୍ଟରଠାରେ ଉଦଘାଟିତ ହୋଇଥିବା ଏକ ନୂଆ ପାର୍କର ନାମ ଶ୍ରୀଜଗନ୍ନାଥ ପାର୍କ ରଖାଯାଇଥିବା ଇଞିନିୟର ସାମଲ ସୂଚନା ପ୍ରଦାନ କରିଛନ୍ତି। ବିଧାୟକ ଭାବରେ ନିର୍ବାଚିତ ହେଲେ ଶ୍ରୀ ଗୋୟେଲ ଗୁରୁଗ୍ରାମ ସ୍ଥିତ ଓଡ଼ିଶାବାସୀଙ୍କର କିଛି ନ୍ୟାର୍ଯ୍ୟ ଦାବିକୁ ପୂରଣ କରିବା ପାଇଁ ସମ୍ମତି ପ୍ରଦାନ କରିଥିବା ସେ ଉଲ୍ଲେଖ କରିଛନ୍ତି ।

ଏହି ଦାବିଗୁଡ଼ିକ ମଧ୍ୟରେ ପନ୍ଦର ନମ୍ବର ସେକ୍ଟରଠାରେ ଏବେ ନିର୍ମାଣାଧିନ ଶ୍ରୀ ଜଗନ୍ନାଥ ମନ୍ଦିରକୁ ସମ୍ପୂର୍ଣ୍ଣ କରାଯିବା, ଗୁରୁଗ୍ରାମଠାରେ ଏକ ଓଡ଼ିଶା କଲ୍ଯାଣ ମଣ୍ଡପ ସ୍ଥାପନ କରାଯିବା, ଏଠାକାର ଏକ ରାସ୍ତାକୁ ଓଡ଼ିଆମାନଙ୍କର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ନାମରେ ନାମିତ କରାଯିବା ଏବଂ ବର୍ତ୍ତମାନର ସୁଭାଷ ଛକକୁ ନେତାଜୀ ‘ସୁଭାଷ ଚନ୍ଦ୍ର ବୋଷ ଛକ’ ଭାବରେ ନାମକରଣ କରାଯିବା ଆଦି ଅନ୍ତର୍ଭୁକ୍ତ। ଏତଦବ୍ୟତୀତ ଗୁରୁଗ୍ରାମରେ ଦୀର୍ଘଦିନ ଧରି ରହି ଆସିଥିବା ମୌଳିକ ସମସ୍ୟାଗୁଡ଼ିକ ଯଥା ; ରାସ୍ତା, ପାନୀୟ ଜଳ, ନାଳ ନର୍ଦ୍ଦମା, ବର୍ଷା ଜଳ ପରିଚାଳନା ଏବଂ ଟ୍ରାଫିକ ଭିଡ଼ ଆଦିକୁ ଦୂର କରି, ଏହାକୁ ଏକ ସ୍ୱଚ୍ଛ, ସବୁଜ ଓ ସୁନ୍ଦର ସହର କରି ଗଢ଼ି ତୋଳିବା ପାଇଁ ନବୀନ ଗୋୟେଲ ବଦ୍ଧପରିକର ଥିବା ଇଞ୍ଜିନିୟର ସାମଲ ପ୍ରକାଶ କରିଛନ୍ତି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ

ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ

September 13, 2026
ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ

ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ

September 13, 2026
ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ

ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ

September 13, 2026
ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ

ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ

September 13, 2026

Recent News

ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ

ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ

September 13, 2026
ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ

ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ

September 13, 2026
ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ

ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ

September 13, 2026
ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ

ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ

September 13, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ

ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ

September 13, 2026
ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ

ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ

September 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version