No Result
View All Result
୨୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ସ୍ୱଛତା କୁ ସାର୍ବଜନୀନ କରିବା ସହ ଗୋଷ୍ଠୀ ସହଭାଗୀତାରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି ଆର ପାଟିଲ ଆଜି ପୁରୀ ଜିଲ୍ଲା କୁ ସମ୍ବର୍ଦ୍ଧିତ କରିଛନ୍ତି । ସତ୍ୟବାଦୀ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସ୍ୱଛତା ହିଁ ସେବା ମହୋତ୍ସବ ରେ ମନ୍ତ୍ରୀ ଶ୍ରୀ ପାଟିଲ ସ୍ୱଛତା ରେ ଜିଲ୍ଲାର ଅବଦାନ କୁ ସ୍ବୀକୃତି ଦେଇ ଗୋଷ୍ଠୀ ସହଭାଗିତାର ସଫଳତା ପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ସେହିପରି ସତ୍ୟବାଦୀ ବ୍ଲକ ବିଦ୍ୟାଧରପୁର ପଞ୍ଚାୟତ କୁ ମଧ୍ୟ ସ୍ୱଛତା ପାଇଁ ପ୍ରଶଂସା ସୂଚକ ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି ସମ୍ବର୍ଦ୍ଧନା ସମୟରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟର ସ୍ୱତନ୍ତ୍ର ଅଧିକାରୀ ଅଶୋକ କୁମାର ମିନା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ସଚିବ ସୁଶୀଲ ଲୋହାନି ପ୍ରମୁଖ ଉପସ୍ଥିତ ଥିଲେ।
No Result
View All Result