୨୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପିପିଲି :-> ପିପିଲି କଲେଜ ପରିସରରେ ସ୍ଵଦେଶୀ ଜାଗରଣ ମଞ୍ଚ ପୁରୀ ଜିଲ୍ଲା ତରଫରୁ ସ୍ଵାଭିମାନ ଭାରତ ଅଭିଯାନରେ ଉଦ୍ୟମିତ ପ୍ରୋତ୍ସାହନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ କଲେଜ ଅଧ୍ୟକ୍ଷ ତପନ କୁମାର ଦାଶଙ୍କ ସଭାପତିତ୍ବରେ ହେଉଥିବା ବେଳେ ଏଥିରେ ସାମାଜିକ କର୍ମୀ ତଥା ଜାଗୃତି ସାଂସ୍କୃତିକ ଯୁବ ସଂଗଠନର ସଭାପତି ଶ୍ରୀଯୁକ୍ତ ପ୍ରଭାତ କୁମାର ମହାପାତ୍ର,ଯୁବ ଉଦ୍ୟୋଗୀ ଇଂଜିନିୟରିଂ ଜେନାମଣି ଆଶିଷ ରଞ୍ଜନ ଜେନା, ଏନସିସି ଅଫିସର୍ କ୍ୟାପଟେନ ଆଦିତ୍ୟ ପ୍ରସାଦ ରଥ,
ପ୍ରଶାସନିକ ଅଧିକାରୀ ଭବେଷ କୁମାର ତ୍ରିପାଠୀ, ଓଡ଼ିଆ ଅଧ୍ୟାପକ ଲୋକନାଥ ସେଠୀ ପ୍ରମୁଖ ଯୋଗଦେଇ ପାଠ ପଢା ସହ ବିଭିନ୍ନ କ୍ଷେତ୍ରରେ ସଫଳ ଉଦ୍ୟୋଗୀ ହେବାକୁ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ।ସମାଜରେ ସଫଳତା ହାସଲ କରିଥିବା ଅନେକ ଉଦ୍ୟୋଗୀ ମାନଙ୍କ ଜୀବନୀ ଶୈଳୀର ଉଦାହରଣ ଦେଇ ସଫଳତାର ରହସ୍ୟ ସଂପର୍କ ରେ ଅତିଥି ମାନେ ଆଲୋକପାତ କରିଥିଲେ।
ଏହି ଅବସରରେ ଯୁବ ଉଦ୍ୟୋଗୀ ଇଂଜିନିୟରିଂ ଜେନାମଣି ଆଶିଷ କୁମାର ନିଜ ଜୀବନରେ ନିଭେଇ ଥିବା ଅଙ୍ଗେଲିଭା କଥା ଏବଂ ଖରାପ ସମୟକୁ ସମୁଖୀନ ହୋଇ ବହୁ ବାଧାବିଘ୍ନ କୁ ଆଡେଇ ସେ ହାର ନ ମାନି ଲକ୍ଷ୍ୟ ସ୍ଥିର ପାଇଥିବା ସଫଳତା ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମ କୁ ସ୍ଵଦେଶୀ ଜାଗରଣ ମଞ୍ଚ ଜିଲ୍ଲା ସଂଯୋଜକ ରାଜେଶ ଓ ଏବିଭିପି ସଂଯୋଜକ ବିଭୁ ବେହେରାଙ୍କ ତତ୍ବାବଧାନରେ ହୋଇଥିବାବେଳେ କଲେଜ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଏବଂ ଏନସିସି କ୍ୟାଡ଼ର ଶତାଧିକ ଛାତ୍ରଛାତ୍ରୀମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ ।














