No Result
View All Result
ଆଇ. ଏମ. ଟି ଫାର୍ମାସି କଲେଜ, ଗୋପାଳପୁର, ପୁରୀ
୨୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ଗୋପାଳପୁର ସ୍ଥିତ ଆଇ. ଏମ. ଟି ଫାର୍ମାସି କଲେଜ ରେ ବିବିଧ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଫାର୍ମାସିଷ୍ଟ ଦିବସ ପାଳିତ ହୋଇ ଯାଇଛି । ଦିବା ୧୧ ଘଟିକା ସମୟରେ କଲେଜ ପ୍ରେକ୍ଷାଳୟରେ ଆୟୋଜିତ ସଭାରେ ପୁରୀର ପାଞ୍ଚ ଜଣ ଅବସର ପ୍ରାପ୍ତ ଫାର୍ମସିଷ୍ଟ ଶ୍ରୀ ବାନାମ୍ବର ମନ୍ତ୍ରୀ, ଶ୍ରୀ କେ. ଜଗନ୍ନାଥ ଶୁବୁଦ୍ଧି, ଶ୍ରୀ ରାମକୃଷ୍ଣ ସାହୁ , ଶ୍ରୀ ପବିତ୍ର ମୋହନ ସାମଲ , ଶ୍ରୀ ପ୍ରଦୀପ୍ତ କୁମାର ପ୍ରଧାନଙ୍କୁ ମାନପତ୍ର ଦ୍ଵାରା ସମ୍ବର୍ଦ୍ଧିତ କରଯାଇଥିଲା ।
ସେମାନେ ନିଜ ନିଜର ଅଭିଜ୍ଞତା ଛାତ୍ର ଛାତ୍ରୀ ମାନଙ୍କୁ କହି ଉତ୍ସାହିତ କରିଥିଲେ । ଅଧକ୍ଷ୍ୟ ଡ. ଅଗ୍ନିମିତ୍ର ଦୀଣ୍ଡା ସ୍ଵାଗତ ଭାଷଣ ପ୍ରଧାନ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ମନୋଜ ରଥ ନିଜ ବକ୍ତବ୍ୟରେ ରୋଗୀ ସେବାରେ କାର୍ଯ୍ୟରତ ଫାର୍ମାସିଷ୍ଟ ମାନଙ୍କର ଭୂମିକା ଅତୁଳନୀୟ ଓ ଗ୍ରାମାଞ୍ଚଳରେ ଫାର୍ମାସିଷ୍ଟ ମାନେ ହିଁ ରୋଗୀ ସେବାର ମୂଳ ଆଧାର ବୋଲି କହିଥିଲେ । ଇତ୍ୟବସରରେ ବକ୍ତୃତା ଓ ସ୍ଲୋଗାନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଓ ଅର୍ଥରାଶି ମାଧ୍ୟମରେ ପୃରସ୍କୃତ କରଯାଇଥିଲା ।
ଧନ୍ୟବାଦ ଅର୍ପଣ କରିଥିଲେ ଉପଧାକ୍ଷ ଦେବାଶିଷ ମିଶ୍ର । ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପିକା ରାଜଲକ୍ଷ୍ମୀ ସ୍ଵାଇଁ, ବିଷ୍ଣୁପ୍ରିୟା ଜୋତିଷ । ସଭା ଶେଷହେବା ପରେ ଶତାଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନେ ପ୍ରଚାରପତ୍ର ଧରି ଶୋଭାଯାତ୍ରା ମାଧ୍ୟମରେ ଗୋପାଳପୁର ଗ୍ରାମ ପରିକ୍ରମା କରି ଔଷଧ ସେବନ ଓ ଫାର୍ମାସିଷ୍ଟ ମାନଙ୍କର ଭୂମିକା ବିଷୟରେ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଦେବାଶୀସ ଦାସ, ଦେବଦତ୍ତ ସାହୁ, ପାର୍ଥ ସାରଥି ପାତ୍ର, ସ୍ନେହାଶିଷ ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ ।

No Result
View All Result