No Result
View All Result
୨୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଖେଲାର ଓଡ଼ିଶା ଗ୍ରାମବ୍ୟାଙ୍କ ରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ । ଶୁଭଦ୍ରା ଯୋଜନାରେ ଆସିଥିବା ଟଙ୍କା କୁ ଚେକ୍ କରିବା ହେଉ କିମ୍ବା ଆଧାର ସଂଯୋଗ ହେଉ ଓଡିଶା ଗ୍ରାମ ବ୍ୟାଙ୍କ ରେ ଲାଗିଥିଲା ଭିଡ଼। ଆଧାର ସଂଯୋଗ କରିବା ନିମନ୍ତେ ଆଧାର ଫର୍ମ ପୂରଣ ନିମନ୍ତେ ଗ୍ରାହକ ଏବଂ ବ୍ୟାଙ୍କ୍ କର୍ମଚାରୀ ଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଗ୍ରାହକ ଜଣକ କହିଥିଲେ କ’ଣ ପାଇଁ ମୋ ଫର୍ମ ପୂରଣ କରୁନ ମୁଁ ମୁରୁଖ ଲୋକ ବ୍ୟାଙ୍କ୍ କର୍ମଚାରୀ ଜଣଙ୍କ କହିଥିଲେ ମୋ ପାଖରେ ପେନ୍ ନାହିଁ ଆପଣ ବାହାରକୁ ଯାଇ ଫର୍ମ ପୂରଣ କରିକି ଆସନ୍ତୁ ଏତିକି କଥାରେ ଗ୍ରାହକ ଜଣଙ୍କର ସ୍ଵାମୀ ହୋହାଲ୍ଲା କରିଥିଲେ.
। ପରେ ବ୍ୟାଙ୍କ୍ ମ୍ୟାନେଜର ଆସି ସମସ୍ତଙ୍କୁ ବୁଝାସୁଝା କରିଥିଲା ବେଳେ ପରିସ୍ଥିତି ସାନ୍ତ ପଡ଼ିଥିଲା । ବ୍ୟାଙ୍କ୍ କୁ ସବୁ ବର୍ଗର ଲୋକମାନେ ଆସୁଛନ୍ତି ଶିକ୍ଷିତ ଅଶିକ୍ଷିତ,ବୃଦ୍ଧ ବୃଦ୍ଧା ଆଦି । ପ୍ରାୟତଃ ବ୍ୟାଙ୍କ୍ ରେ ଲେଖାଲେଖି ଅଧିକ ଆବଶ୍ୟକ ତେଣୁ ଶିକ୍ଷିତ ଲୋକମାନେ ସେମାନେ ତାଙ୍କର ଫର୍ମ ପୂରଣ କରିଦେବେ,ହେଲେ ଯିଏ ଅପାଠୁଆ ଅଶିକ୍ଷିତ ସେ କ’ଣ କରିବ ତା ଫର୍ମ ପୂରଣ କିଏ କରିବ ସେ କ’ଣ ବ୍ୟାଙ୍କ୍ ଆସି ହଇରାଣ ହରକତ ହେବ।ସେ କାହାକୁ କହିବେ ଫର୍ମ ପୂରଣ କରିବାକୁ କିଏ କରିବ ତାଙ୍କର ଫର୍ମ ପୂରଣ ।
ଏପଟେ ବ୍ୟାଙ୍କ୍ ରେ ଥିବା କର୍ମଚାରୀ ମାନେ ମନାକରିଲେଣି କାହାର ଫର୍ମ ପୂରଣ ନ କରିବା ପାଇଁ ତେବେ କ’ଣ କରାଯିବ। ଅଶିକ୍ଷିତ ଲୋକଟି ବ୍ୟାଙ୍କ୍ ର ସୁବିଧା କିଭଳି ପାଇବ କିଏ ତା’ର ଫର୍ମ ପୂରଣ କରିବ ଏ ନେଇ ବଡ଼ ସମସ୍ୟା ଦେଖାଦେଇଛି ଓଡ଼ିଶା ଗ୍ରାମବ୍ୟାଙ୍କ ରେ।ଏହି ଅସୁବିଧା କୁ ଅତି ଶିଘ୍ର ସମାଧାନ ନିମନ୍ତେ ଓଡ଼ିଶା ଗ୍ରାମବ୍ୟାଙ୍କ ରେ କାର୍ଯ୍ୟରତ ମ୍ୟାନେଜର ଙ୍କ ପ୍ରତି ଆଶାବାଦୀ ଅଛନ୍ତି । ଉପୁଜୁଥିବା ଏହି ସମସ୍ୟା ଦୁର ହେଲେ ଅତ୍ୟନ୍ତ ଖୁସି ହୁଅନ୍ତେ ବୋଲି କିଛି ଗ୍ରାହକ କହିଥିଲେ ।

No Result
View All Result