No Result
View All Result
୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସାମ୍ବାଦିକତା ହେଉଛି ଉତ୍କୃଷ୍ଟ କଳା ଓ ଅତ୍ୟନ୍ତ କଷ୍ଟକର ସାଧନ । ଏହି କ୍ଷେତ୍ରରେ କାମ କରୁଥିବା ସାମ୍ବାଦିକମାନେ ଓଡ଼ିଶାରେ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଛନ୍ତି । ଏମାନଙ୍କ ପାଇଁ ସାମାଜିକ ସୁରକ୍ଷା ସହିତ ଉପଯୁକ୍ତ ପ୍ରୋତ୍ସାହନ ଦେବା ରାଜ୍ୟସରକାରଙ୍କ କର୍ତ୍ତବ୍ୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଶନିବାର ପୂର୍ବାହ୍ନରେ ଗୀତଗୋବିନ୍ଦ ସଦନଠାରେ ଓଡ଼ିଶା ପତ୍ରକାର ସଂଘର ୧୫ତମ ପ୍ରତିଷ୍ଠା ଦିବସ ସମାରୋହରେ ସଂଘର ପ୍ରତିଷ୍ଠାତା ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ସୁରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେରେ ପାଳିତ ହୋଇଯାଇଛି ।
ଏଥିରେ ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ମୁଖ୍ୟବକ୍ତା, ବିଶିଷ୍ଟ ଅତିଥି ଭାବେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ବରିଷ୍ଠ ସାମ୍ବାଦିକ ଡକ୍ଟର ଅଶୋକ କୁମାର ପଣ୍ଡା, ଅର୍ଗସ ଟିଭିର ମୁଖ୍ୟ ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ଜେନା, କାଳାନ୍ତରର ସମ୍ପାଦକ ଶ୍ରୀ ସୌମ୍ୟକାନ୍ତ ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ କହିଥିଲେ । ସତ୍ୟ ନିରପେକ୍ଷ ସାମ୍ବାଦିକତାରେ ବ୍ରତୀଥିବା ସାମ୍ବାଦିକମାନେ ସିଦ୍ଧି ଓ ସଫଳତା ପାଇଥାନ୍ତି ଏବଂ ଏହାଦ୍ୱାରା ସମ୍ବାଦ ପତ୍ରର ଗ୍ରହଣୀୟତା ଓ ବିଶ୍ୱାସ୍ୱନୀୟତା ମଧ୍ୟ ବୃଦ୍ଧି ପାଇଥାଏ ।
ନୂଆ ଟେକ୍ନୋଲୋଜି ଆସିବା ପରେ ସମ୍ବାଦ ପତ୍ର ଏବଂ ଇଲେକ୍ଟ୍ରୋନିକ ମିଡ଼ିଆ ଜରିଆରେ ତୃଣମୂଳ ସ୍ତରର ପ୍ରକୃତ ଚିତ୍ର ଓ ସମସ୍ୟା ସରକାରଙ୍କ ପାଖରେ ପହଞ୍ôଚପାରୁଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସଂଘର ରାଜ୍ୟ ସଭାପତି ଶ୍ରୀ ଅବିନାଶ ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ରାମଦାସ ଲିମା ବିବରଣୀ ପାଠ କରିଥିଲେ । ଏହି ଅବସରରେ ସଂଘର ମୁଖପତ୍ର ପତ୍ରକାର-୨୦୨୪ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏଥିସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୫ ଜଣ କୃତି ପ୍ରତିଭାଧାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସଂଘର ରାଜ୍ୟ ଉପସଭାପତି ଶ୍ରୀ ସୁରେଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result