No Result
View All Result
୨୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ସ୍ଵଭାଵ ସ୍ୱଚ୍ଛତା ସଂସ୍କାର ସ୍ୱଚ୍ଛତା ବୈଶିଷ୍ଟ୍ୟ କୁ ଆଧାରକରି ଭାରତୀୟ ରେଳ ଦ୍ୱାରା ୧୪ ସେପ୍ଟେମ୍ବରରୁ ୧ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ “ସ୍ୱଚ୍ଛତା ହିଁ ସେବା” ଅଭିଯାନ ପାଳନ କରାଯାଉଛି । ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ରୋଡ଼ ମଣ୍ଡଳ,ରେଳ ଷ୍ଟେସନ ପରିସର, ଟ୍ରେନ୍, ଅଫିସ୍, କର୍ମଶାଳା, ରକ୍ଷଣା,ବେକ୍ଷଣ ଡିପୋ, ରେଳ ଡାକ୍ତରଖାନା ଏବଂ ରେଳବାଇ ଆବାସିକ ଅଞ୍ଚଳରେ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେଇ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ମଧ୍ୟ ଏହି ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ସହିତ ହାତ ମିଳାଇଛି ।
ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ପୂର୍ବତଟ ରେଳବାଇ, ଭାରତ ସ୍କାଉଟ୍ ଏବଂ ଗାଇଡ୍, ଖୋର୍ଦ୍ଧା ରୋଡ଼ର ପିଲାମାନଙ୍କ ଦ୍ଵାରା “ୱାକାଥନ୍” ଆୟୋଜନ କରାଯାଇଛି । ଖୋର୍ଦ୍ଧା ରୋଡ଼ ସ୍ଥିତ ସ୍କାଉଟ୍ ଏବଂ ଗାଇଡ୍ ମୁଖ୍ୟ କାର୍ଯ୍ୟାଳୟରୁ ଡି ଆର୍ ଏମ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରେଲୱେ ଷ୍ଟେସନ ଏବଂ କଲୋନୀ ଦେଈ “ପରିବେଶ ବଞ୍ଚାଅ” ଉପରେ ଏକ ସଚେତନତା ରାଲି ଆୟୋଜନ କରାଯାଇଛି । ପରିବେଶକୁ ସବୁଜ ତଥା ପ୍ରଦୂଷଣରୁ ମୁକ୍ତ ରଖିବା ପାଇଁ, ବୃକ୍ଷରୋପଣ,
ପ୍ଲାଷ୍ଟିକର ଉପଯୋଗ ଏଡ଼ାଇବା ଇତ୍ୟାଦି ଉପରେ, ସ୍ଲୋଗାନ ଏବଂ ପୋଷ୍ଟର ମାଧ୍ୟମରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି । ଏହି ୱାକାଥନ୍ କୂ ଶ୍ରୀ ପଙ୍କଜ କୁମାର ନାଗୱାନି ସିନିୟର୍ ଡିଇନ୍ (ସମନ୍ୱୟ) ଏବଂ ପୂର୍ବ ତଟ ରେଳବାଇ, ଭାରତ ସ୍କାଉଟ୍ ଏବଂ ଗାଇଡ୍, ଖୋର୍ଦ୍ଧା ରୋଡ଼ର ଡ଼ିଷ୍ଟ୍ରିକ୍ଟ କମିଶନର ଦ୍ୱାରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ୱାକାଥନ୍ ରେ ଖୋର୍ଦ୍ଧା ରୋଡ଼ ହେଡ କ୍ୱାର୍ଟର ଓପନ୍ ସ୍କାଉଟ୍-ଗାଇଡ୍ ଗ୍ରୁପ୍ ର ସ୍କାଉଟ୍, ଗାଇଡ୍, ରୋଭର୍ସ, ରେଞ୍ଜର୍ସ ଏବଂ ଲିଡର ମାନେ ଅଂଶଗ୍ରହଣ କରିଥିଲେ। ଡ଼ିଷ୍ଟ୍ରିକ୍ଟ ସେକ୍ରେଟାରୀ, ଶ୍ରୀ ପ୍ରଦିପ କୁମାର ତ୍ରିପାଠୀ, କାର୍ଯ୍ୟକ୍ରମକୂ ସଂଯୋଜନା କରିଥିଲେ ।

No Result
View All Result