No Result
View All Result
୧୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ସେବାର ଜଟିଳ ସମସ୍ୟାର ମୁକାବିଲା ପାଇଁ ରେଡ୍.ହେଲଥ୍ ପକ୍ଷରୁ ଉତ୍କଳ ହସ୍ପିଟାଲ ସହ ରଣନୈତିକ ଭାଗିଦାରୀ ଘୋଷଣା କରାଯାଇଛି । ରେଡ୍.ହେଲଥ୍ ଓ ଉତ୍କଳ ହସ୍ପିଟାଲରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ସଜ୍ଜିତ ଆଡଭାନ୍ସ ଲାଇଫ ସପୋର୍ଟ (ଏଏଲ୍ଏସ୍) ଆମ୍ବୁଲାନ୍ସକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିୟୋଜିତ କରାଯିବ । 
ସହର ଏବଂ ଏହାର ଆଖପାଖ ଅଂଚଳରେ ଜରୁରୀକାଳୀନ ଚିକିତ୍ସା ସେବାରେ ଉନ୍ନତି ଆଣିବା ଏହି ସହଯୋଗର ଲକ୍ଷ୍ୟ । ପତାକା ଉନ୍ମୋଚନ ଉତ୍ସବରେ ଉତ୍କଳ ହସ୍ପିଟାଲର ଶ୍ରୀଯୁକ୍ତ ମାନବ (ସିଓଓ), ଅରୁଣ ଖିଲାର (ସିଏଫ୍ଓ ଆଣ୍ଡ ୟୁନିଟ୍ ମୁଖ୍ୟ) ଏବଂ ଉତ୍କଳ ହସ୍ପିଟାଲର ଜରୁରୀକାଳୀନ ବିଭାଗର ଏଚ୍ଓଡି ଡାକ୍ତର ଅବିନାଶ ମହାନ୍ତି ଏବଂ ରେଡ୍ ଡଟ୍ ହେଲଥ୍ର ହସ୍ପିଟାଲ ବ୍ୟବସାୟ ଉପସଭାପତି ପ୍ରଶାନ୍ତ ଅଗ୍ରୱାଲ୍ ଉପସ୍ଥିତ ଥିଲେ ।
ଏହି ଭାଗିଦାରୀ ସମ୍ପର୍କରେ ରେଡ୍ ଡଟ୍ ହେଲଥ୍ର ପ୍ରତିଷ୍ଠାତା ତଥା ସିଇଓ ପ୍ରଭଦୀପ ସିଂହ ମନ୍ତବ୍ୟ ଦେଇଛନ୍ତି, “ସଙ୍କଟ ମୁହୂର୍ତର୍ରେ ପ୍ରତ୍ୟେକ ସେକେଣ୍ଡ ଗୁରୁତ୍ୱପୂର୍ଣ୍ଣ । ଉତ୍କଳ ହସ୍ପିଟାଲ ସହ ଆମର ସହଯୋଗ କେବଳ ଆମ୍ବୁଲାନ୍ସ ମୁତୟନ ପାଇଁ ନୁହେଁ; ଏହା ହେଉଛି ଭୁବନେଶ୍ୱରବାସୀଙ୍କ ପାଇଁ ଏକ ନିରାପତା ଜାଲ ସୃଷ୍ଟି କରିବା । ବିଳମ୍ବିତ ଜରୁରୀକାଳୀନ ସେବା ଯୋଗୁଁ ଯେପରି କୌଣସି ରୋଗୀଙ୍କ ଜୀବନ ବିପଦରେ ନ ପଡ଼େ ତାହା ସୁନିଶ୍ଚିତ କରିବାକୁ ଆମେ ଏଠାକୁ ଆସିଛୁ । ଆମର ଅତ୍ୟାଧୁନିକ ଜ୍ଞାନକୌଶଳକୁ ଉତ୍କଳ ହସ୍ପିଟାଲର ଡାକ୍ତରୀ ଦକ୍ଷତା ସହ ମିଶାଇ ଆମେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବାକୁ ଅଧିକ ଆବଶ୍ୟକ ସ୍ଥଳେ ଉପଲବ୍ଧ କରାଇବା ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ ନେଉଛୁ । 
ଉତ୍କଳ ହସ୍ପିଟାଲ ସହ ସଫଳ ସହଯୋଗ ପାଇଁ ଉତ୍କଳ ହସ୍ପିଟାଲର ସିଏଫ୍ଓ ତଥା ୟୁନିଟ୍ ମୁଖ୍ୟ ଅରୁଣ ଖିଲାର ରେଡ୍ ଡଟ୍ ହେଲଥ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ଏହି ଭାଗିଦାରୀ ଆମର ଜରୁରୀକାଳୀନ ସେବାକୁ ବୃଦ୍ଧି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଟ୍, ଯାହା ଆମକୁ ଅଭାବୀ ଲୋକଙ୍କୁ ଠିକ୍ ସମୟରେ ଏବଂ ଜୀବନ ରକ୍ଷାକାରୀ ସେବା ଯୋଗାଇବାରେ ସକ୍ଷମ କରେ । ଉତ୍କଳ ହସ୍ପିଟାଲର ସିଓଓ ଶ୍ରୀଯୁକ୍ତ ମାନବ କହିଛନ୍ତି, “ରେଡ୍ ଡଟ୍ ହେଲଥ୍ ସହ ଆମର ଭାଗିଦାରୀ । ଆଜି ଭୁବନେଶ୍ୱର ସହର ସମ୍ମୁଖୀନ ହେଉଥିବା ସ୍ୱାସ୍ଥ୍ୟସେବା ଆହ୍ୱାନର ମୁକାବିଲା ଦିଗରେ ସ୍ୱାସ୍ଥ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଉନ୍ନତ ଆମ୍ବୁଲାନ୍ସ ସେବାକୁ ଆମର ଚିକିତ୍ସା ସେବା ସହିତ ସମନ୍ୱିତ କରିବା ଜରୁରୀକାଳୀନ ପରିସ୍ଥିତି ଏବଂ ଚିକିତ୍ସା ମଧ୍ୟରେ ବ୍ୟବଧାନକୁ ଦୂର କରେ । ଆମେ ମିଳିତ ଭାବେ କେବଳ ପ୍ରତିକ୍ରିୟା ସମୟକୁ ଉନ୍ନତ କରୁନାହୁଁ ବରଂ ରୋଗୀମାନେ ଯେପରି ଆବଶ୍ୟକ ମୁହୂର୍ତର୍ରୁ ନିରନ୍ତର ଏବଂ ସ୍ୱତନ୍ତ୍ର ଯତ୍ନ ପାଉଛନ୍ତି ତାହା ମଧ୍ୟ ସୁନିଶ୍ଚିତ କରୁଛୁ । 
No Result
View All Result