No Result
View All Result
୧୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ବାଣପୁର ବ୍ଲକ ଅନ୍ତର୍ଗତ କହ୍ନେଇ ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଦ୍ୟାଳୟ ର ଇକୋ କ୍ଲବ ଆନୁକୂଲ୍ୟରେ ବିଶିଷ୍ଟ ସମାଜସେବୀ ଅନନ୍ତ ଚରଣ ଖଟେଇଙ୍କ ସଂଯୋଜନା ରେ ତାଳଗଛ ଚାରା ରୋପଣ ଓ ଏକକ ବ୍ୟବହାର୍ଯ୍ୟ ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବଜ୍ରପାତ କୁ ରୋକିବାରେ ତାଳଗଛ ର ବହୁ ଭୂମିକା ଥିବା ଵେଳେ ସମ୍ପ୍ରତି ତାଳର ବିଭିନ୍ନ ଉପାଦେୟତା ଗୁଣ ଥିବା ସତ୍ତ୍ବେ ଏହି ପ୍ରଜାତି ଉଦ୍ଭିଦ ଲୋପ ପାଇବାକୁ ବସିଛି।
ଏହି ପରିପ୍ରେକ୍ଷୀରେ ସରକାରୀ ସ୍ତରରେ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି । ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ପାଇଁ ଏହି କାର୍ଯ୍ୟକ୍ରମ ଜରୁରୀ ବୋଲି ବକ୍ତା ମାନେ ମତପ୍ରକାଶ କରିବା ସହ ଉକ୍ତ ବିଦ୍ୟାଳୟର ପରିସର ମଧ୍ୟରେ ୨୧ଟି ତାଳ ବୃକ୍ଷ ଚାରା ରୋପଣ କରିଥିଲେ। ସେହିପରି ଏକକ ବ୍ୟବହାର ଯୋଗ୍ୟ ବର୍ଜ୍ୟ ପ୍ଲାଷ୍ଟିକ କୁ ମଧ୍ୟ ବର୍ଜନ କରାଯିବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାସୁଦେବ ବାରିକ ଅଧ୍ୟକ୍ଷତା କରିଥିବାବେଳେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନ ମୁଖ୍ୟ ଅତିଥି, ସେଣ୍ଟ ଜନ୍ ଆମ୍ବୁଲାନ୍ସ ର ଆଜୀବନ ସଭ୍ୟ ଅନନ୍ତ ଚରଣ ଖଟେଇ ମୁଖ୍ୟବକ୍ତା, ଇକୋ କ୍ଲବ ପରିଚାଳକ ଶିକ୍ଷକ ଆଲୋକ କୁମାର ବରାଳ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍ ବୋଧନ ଦେଇଥିଲେ। ବରିଷ୍ଠ ଶିକ୍ଷକ ଦୁର୍ଯୋଧନ ମୁଦୁଲି, ଶିକ୍ଷୟିତ୍ରୀ ଟିକିନା ଭାରିମଲ୍ଲ କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ। ଶିକ୍ଷକ ଦୁର୍ଗାପ୍ରସାଦ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।
No Result
View All Result