No Result
View All Result
୧୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ରାଜ୍ୟ ସରକାରଙ୍କ ଦ୍ବାରା ପବିତ୍ର ବେଳାଭୂମିରେ ମଦର କୁଡିଆ ନିର୍ମାଣ ନିଷ୍ପତି ବିରୋଧରେ, ପବିତ୍ର ପୁରୀ ର ଐତିହ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସୁରକ୍ଷା, ପବିତ୍ର ମହୋଦଧି ସୁରକ୍ଷା ଓ ଅପସଂସ୍କୃତି ବିରୋଧରେ ୫୦ ରୁ ଉର୍ଦ୍ଧ ସଙ୍ଗଠନ ସ୍ୱାଧୀନ କୁମାର ପଣ୍ଡାଙ୍କ ଆବାହକତ୍ବରେ ତୀର୍ଥକ୍ଷେତ୍ର ସୁରକ୍ଷା ମିଳିତ ମଞ୍ଚ, ନେତୃତ୍ୱରେ ପୁରୀ ସକାଳ ୮.୩୦ ସମୟରେ ଶ୍ରୀମନ୍ଦିର ପତିତପାବନଙ୍କ ନିକଟରେ ଉପସ୍ଥିତ ରହି ସମୂହ ପ୍ରଦୀପ ପ୍ରଜ୍ବଳନ କରିବା ପରେ ଏକ ପଦଯାତ୍ରା ଓ ଲୋକ ସଚେତନତା ବାର୍ତ୍ତା ଦେଇ ଶ୍ରୀମନ୍ଦିର ଠାରୁ ବାହାରି ପବିତ୍ର ଗାନ୍ଧୀଘାଟ ଠାରେ ପହଞ୍ଚି ଏକ ପାର୍ଥାନ ସଭା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟର ପୁରୀ ଜିଲ୍ଲାପାଳଙ୍କୁ ଭେଟ କରି ତୀର୍ଥକ୍ଷେତ୍ର, .
ପୁରୀ ବେଳାଭୂମିରେ ସରକାରଙ୍କ ପ୍ରସ୍ତାବିତ ମଦ କୁଡ଼ିଆ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରିବା ନିମନ୍ତେ ଗଣ ଦାବୀପତ୍ର ଦିଆଯିବା ସହ ମିଳିତ ମଞ୍ଚ ପକ୍ଷରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ରାଜ୍ୟସରକାରଙ୍କ ପୁରୀ ବେଳାଭୂମି ଓ ନଦି ପିଠା, ଡ୍ୟମ ଆଦି ଜାଗାରେ ମଦକୁଡ଼ିଆ ପ୍ରସ୍ତାବ ବିଷୟରେ ଉପସ୍ଥାପନା କରିବ ସହ ଜଗତ୍ ଗୁରୁ ଏହୀ ପରିପ୍ରେକ୍ଷୀରେ କହିଥିଲେ ଏ ଭଳି ଯଦି ହୁଏ ତେବେ ରାଜ୍ୟରେ ଅରାଜକତା ସୃଷ୍ଟି ହେବା ସହ ଶାସନ ମଧ୍ୟ ବଦଳିଯିବ। ଗତ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ଦଳର ସଂକଳ୍ପ ପତ୍ର ପ୍ରୁଷ୍ଠା ୩୮ ରେ ସ୍ଥାନିତ, ନିଶାମୁକ୍ତ ଓଡିଶା ଗଠନର ପ୍ରତିଶ୍ରୁତି ସମସ୍ତ ଓଡିଶା ବାସୀଙ୍କୁ ଆଶ୍ୱସ୍ତ କରିଥିଲା ।
.କିନ୍ତୁ ପରିତାପର ବିଷୟ, ରାଜ୍ଯ ସରକାର ଦ୍ବାରା ଏହି ମାସ ୧ ତାରିଖରୁ ଲାଗୁହୋଇଥିବା ନୂତନ ଅବକାରୀ ନୀତି ଅନୁସାରେ ପର୍ଯ୍ୟଟନ ବିଭାଗ ଦ୍ବାରା ରାଜ୍ଯର ବିଭିନ୍ନ ବେଳାଭୂମି ରେ ମଦ କୁଡ଼ିଆ ଯୋଜନା ମାଧ୍ୟମରେ ମଦ୍ଯପାନ କୁ ପ୍ରୋତ୍ସାହନ ଦିଆଯିବ- ଯାହା ଆମ ଓଡିଆ ଚଳଣି ଏବଂ ସଂସ୍କୃତି ର ସଂପୂର୍ଣ୍ଣ ପରିପନ୍ଥୀ। ଶ୍ରୀକ୍ଷେତ୍ର ତଥା ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଆବାହମାନ କାଳରୁ ଦେବଭୂମି ଭାବରେ ବିଶ୍ବ ବିଖ୍ଯାତ । ପୁରୀ ମହୋଦଧି ପଞ୍ଚତୀର୍ଥ ମଧ୍ଯରେ ଅନ୍ୟତମ। ଶ୍ରୀମନ୍ଦିରରେ ସାଗର ବିଜେ ନୀତି ସମ୍ପନ୍ନ ହୋଇଥାଏ। ପୁରୀ ବେଳାଭୂମିକୁ ସାମାନ୍ଯ ବେଳାଭୂମି ଭାବି ସରକାର ଭୂଲ କରନ୍ତୁ ନାହିଁ। ହିନ୍ଦୁ ସଂସ୍କୃତିରେ ମହୋଦଧିର ବିଶେଷ ମହତ୍ତ୍ବ ରହିଛି। ଏହାକୁ ଗୋଆ ଭାବି ମଦର ଆସର କରନ୍ତୁ ନାହିଁ। ଶ୍ରୀକ୍ଷେତ୍ର ସମୁଦ୍ର ତଟ ପୁରାଣ ସମୟରୁ ମହୋଦଧି ଭାବରେ ଖ୍ୟାତ। ଏହା ସାଧାରଣ ଜନତାଙ୍କ ଭକ୍ତି ଭାବାବେଗ ସହ ଓତଃପ୍ରୋତ ଭାବରେ ଜଡିତ ଏବଂ ଅନେକ ମହାମନିଷୀ ଙ୍କ ଦ୍ବାରା ସଦାସର୍ବଦା ପୂଜିତ। ପୂଜ୍ୟ ଶଙ୍କରାଚାର୍ଯ୍ୟ ଙ୍କ ନିତ୍ୟ ମହୋଦଧି ଆରତୀ ଏହାର ଜ୍ବଳନ୍ତ ଉଦାହରଣ ଧର୍ମ ସଂସ୍କୃତି ସୁରକ୍ଷାର ଡିଣ୍ଡିମ ପିଟୁଥିବା ବିଜେପି ସରକାର ସ୍ୱୟଂ ଦାରୁବ୍ରହ୍ମ ଜଗନ୍ନାଥ ଓ ମାତା ଲକ୍ଷ୍ମୀଙ୍କ କ୍ଷେତ୍ର ଶ୍ରୀକ୍ଷେତ୍ରକୁ ମଦ ମୁକ୍ତ, ମାଂସ ମୁକ୍ତ,
ଅଶ୍ଲୀଳତା ମୁକ୍ତ କରି ଏହାକୁ ଆଧ୍ୟାତ୍ମିକ ପର୍ଯ୍ୟଟନ କ୍ଷେତ୍ର ଭାବେ ଗଢିତୋଳିପାରନ୍ତେ କିନ୍ତୁ ଏହା ପରିବର୍ତ୍ତେ ପୂର୍ବ ସରକାରଙ୍କ ମଦ କୁଡ଼ିଆ ଯୋଜନାକୁ ଓ.ଟି.ଡି.ସି ମାଧ୍ୟମରେ କାର୍ଯ୍ୟକାରୀ କରିବାର ହୀନ ଚକ୍ରାନ୍ତକୁ ଜଗନ୍ନାଥପ୍ରେମୀ କେବେ କ୍ଷମା ଦେବେ ନାହିଁ। ଗତଥର ଭଳି ଏଥର ମଧ୍ୟ ଦୃଢ ପ୍ରତିବାଦ ଓ ବିରୋଧ ହେବ।ପୁରୀର ସଚେତନ ନାଗରିକ ତଥା ମହାପ୍ରଭୁଙ୍କ କୋଟି କୋଟି ଭକ୍ତଗଣଙ୍କର ଭାବାବେଗକୁ ସମ୍ମାନ ଜଣାଇ ରାଜ୍ୟ ସରକାର ତୁରନ୍ତ ମଦ କୁଡ଼ିଆ ଯୋଜନାକୁ ରଦ୍ଦ କରିବାର ଘୋଷଣା କରନ୍ତୁ। ଶ୍ରୀକ୍ଷେତ୍ର ବେଳାଭୂମିର ପବିତ୍ରତାକୁ ନଷ୍ଟ କରି ଏହାକୁ ଭୋଗଭୂମିରେ ପରିଣତ କରିବାର ଯୋଜନାରୁ ସରକାର କ୍ଷାନ୍ତ ନହେଲେ ଆମେ ଅହିଂସାତ୍ମକ ସତ୍ୟାଗ୍ରହ କରିବାକୁ ବାଧ୍ୟ ହେବୁ |
ଏହି କାର୍ଯ୍ୟକ୍ରମରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ର ସଭାପତି ପଦ୍ମଚରଣ ନାୟକ, ରାଜେଶ ମିଶ୍ର, ବଦ୍ରି ମିଶ୍ର, ମନୋଜ ରଥ, ପ୍ରୀୟନ୍ସି ଦାସ,ହରିଶଙ୍କର ମିଶ୍ର,ଚକ୍ରଧର ମହାପାତ୍ର, ମଧୁସୁଦନମିଶ୍ର ,ସୂର୍ଯ୍ୟନାରାୟଣ ରଥ, ହେକ୍ଟର ମିଶ୍ର, ସୁକାନ୍ତ ପଣ୍ଡା, ସଂଜୀବ ମହାନ୍ତି,କୃଷ୍ଣ ଜଗଦେବ, ଚିତୃପା ଷଡଙ୍ଗୀ, ଜଗନ୍ନାଥ ଦେଓ,ପ୍ରଦ୍ୟୁମ୍ନ ମିଶ୍ର, ବିଭୁ ତ୍ରିପାଠୀ, ବିଶ୍ୱଜିତ୍ ପ୍ରଧାନ, ଦେବାଶିଷ ଦାସ ,କଳ୍ପନା ମୁଦୁଲି, ସୁମିତ୍ରା ବାରିକ, ବନିତା ଦିକ୍ସିତ,ଅମରେନ୍ଦ୍ର ପାଇକରାୟ,ଶିବ ସୁନ୍ଦର ମିଶ୍ର, ସତ୍ୟଜିତ ମହାନ୍ତି,ବିଦୁଲତା ଆଚାର୍ଯ୍ୟ, ସମିର ସାମନ୍ତରାୟ,ବାପିନା ସାମନ୍ତରାୟ, ତ୍ରିଲୋଚନ ଦାସ, ପାବିତ୍ର ଦଳେଇ, ବୀରକିଶୋର ମହାନ୍ତି, କବିତା ରାଣୀ ପରିଡ଼ା, ଇନ୍ଦୁମତି ସାହୁ, ନିରୋଦ ମହାନ୍ତି, ଶରତ ମାଲିକ୍, ବଳରାମ ପଣ୍ଡା,ଶୁଭଶ୍ରୀ ଦାସ, ମଞ୍ଜୁଲତା ମୁଡ଼ିଲି ଆଦି ଯୋଗ ଦେଉଥିଲେ।

No Result
View All Result