No Result
View All Result
୧୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> କୋଣାର୍କ ପୁରୀ ବେଳମାର୍ଗ ମୁଖ୍ୟ ରାସ୍ତା ଲିଆଖିଆ ବ୍ରିଜ ଠାରୁ ପୁରୀ ଆଡକୁ କିଛି ଦୂର ରେ ଏକ ବିରାଟ ହେଟା ବାଘ ଅଜଣା ଗାଡି ଧକ୍କା ରେ ରାସ୍ତା ଉପରେ ଗୁରୁତର ଭାବେ ଆଘାତ ପାଇ ମରି ପଡିଥିବା ଦେଖିବାକୁ ମିଳିଛି । ପର୍ଯ୍ୟଟନ ବ୍ୟସ୍ତ ବହୁଳ ପୁରୀ କୋଣାର୍କ ବେଳାମାର୍ଗ ମୁଖ୍ୟ ରାସ୍ତା ଅଭୟାରଣ୍ୟ ମଧ୍ୟଦେଇ ଯାଇଥିବାରୁ ଅନେକ ସମୟରେ ଦ୍ରୁତ ଗାଡି ଚାଳନା କୁ ନେଇ ଅନେକ ବିରଳ ଜଙ୍ଗଲି ଜୀବଜନ୍ତୁ ଗାଡି ଧକ୍କା ରେ ମରିପଡୁରହିବା ନଜିର ରହିଛି ।
ଗାଡ଼ିଧକ୍କା ରେ ମରି ପଡିରହିଥିବା ଏହି ହେଟା ବାଘ ଟିକୁ ପ୍ରଥମେ ପୁରୀ ର ବରିଷ୍ଠ ପରିବେଶବିତ ସରୋଜ କୁମାର ଜେନା ଦେଖି କୋଣାର୍କ ବନଖଣ୍ଡ ବନ୍ୟପ୍ରାଣୀ ଅଧିକାରୀ ଙ୍କୁ ଖବର ଦେବାରେ ତୁରନ୍ତ ଘଟଣାସ୍ଥଳ ରେ ବନବିଭାଗ କର୍ମଚାରୀ ପହଁଚି ମୃତ ହେଟା ବାଘ କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରି ପୋତିଦେଇଥିଲେ । ପୁରୀ କୋଣାର୍କ ବେଳାମାର୍ଗ ମୁଖ୍ୟ ରାସ୍ତା ରେ ଅଭୟାରଣ୍ୟ ର ବିରଳ ଜୀବ ଜନ୍ତୁ ଙ୍କ ସୁରକ୍ଷା ନିମନ୍ତେ ଦୃତ ଗାଡି ଚାଳନା କୁ ବନବିଭାଗ ପକ୍ଷରୁ କଡା ପ୍ରତିବନ୍ଧ ଲଗାଇବାକୁ ପଶୁପ୍ରେମୀ ମାନେ ଦାବି କରିଛନ୍ତି ।
No Result
View All Result