No Result
View All Result
0୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ଓଡିଶା ଡ୍ରାଇଭର ମହାସଂଘର ଆହ୍ୱାନ କ୍ରମେ ସେପ୍ଟେମ୍ବର ୧ ତାରିଖକୁ ରାଜ୍ୟ ବ୍ୟାପି ଡ୍ରାଇଭର ଦିବସ ରୂପେ ପାଳନ କରାଯାଉଛି l ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଶାଖା ଡ୍ରାଇଭର ସଙ୍ଘ ପକ୍ଷରୁ ରବିବାର ଡ୍ରାଇଭର ଦିବସ ପାଳିତ ହୋଇଛି l ସଂଘର ସଭାପତି ସନ୍ତୋଷ ବେହେରା, ଉପସଭାପତି ନରେନ୍ଦ୍ର ଦାସ, ସମ୍ପାଦକ ଗୌରୀ ଶଙ୍କର ସାହୁ, ଆଡମିନ କବିରାଜ ବେହେରା ଏବଂ କୋଷାଧକ୍ଷ ମନୋଜ ସୁନ୍ଦରାୟ ଙ୍କ ନେତୃତ୍ୱରେ ଶତାଧିକ ଡ୍ରାଇଭର ସଦସ୍ୟ ପୂର୍ବାହ୍ନ ରେ ଶାଖା କାର୍ଯ୍ୟାଳୟ ରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ପଞ୍ଚାୟତ ପରିକ୍ରମା କରିବା ସହ ଭାଇଚାରା ଓ ଏକତାର ବଳ ନେଇ ସଚେତନତା ବାର୍ତ୍ତା ବାଣ୍ଟିଥିଲେ l
ଏହା ପରେ ଶୂଳିଆ ଦେବୀଙ୍କ ପୀଠରେ ଏକ ସଭାର ଆୟୋଜନ ହୋଇଥିଲା l ଏଥିରେ ବିଶେଷ କରି ଭାଇଚାରା ମନୋବୃତ୍ତି ରଖି ସଂଗଠନକୁ ମଜବୁତ ନିମନ୍ତେ ଆହ୍ୱାନ ଦିଆଯିବା ସହ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଡ୍ରାଇଭର ଭାଇଙ୍କୁ ଅସୁବିଧା ସମୟରେ ସହଯୋଗର ହାତ ବଢାଇବା ପାଇଁ କୁହାଯାଇଥିଲା l ସମାଜ ସେବା କ୍ଷେତ୍ରରେ ସମସ୍ତେ ନିଜକୁ ନିୟୋଜିତ ରଖିବେ ବୋଲି ପ୍ରତିଶୃତିବଦ୍ଧ ହୋଇଥିଲେ l ଏଥି ସହ ଡ୍ରାଇଭର ଦିବସ କୁ ରାଷ୍ଟ୍ରୀୟ ଦିବସ ରୂପେ ମାନ୍ୟତା ହାସଲ ପାଇଁ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା l
No Result
View All Result