No Result
View All Result
0୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ କୁଳାସର ଗ୍ରାମ ପଞ୍ଚାୟତର କୁଳାସର ଗ୍ରାମର ଦୋଳ ପଡିଆ ଠାରେ ପ୍ରାୟ ଦଶ ବର୍ଷ ତଳୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର ଟି ତାଲା ପଡ଼ି ରହିଛି । ପୂର୍ବ ନବୀନ ସରକାର ଅମଳରେ ଏହି ଗୃହଟି ନିର୍ମାଣ ବେଳେ ପଞ୍ଚାୟତ ବାସି ବଡ଼ ଖୁସି ଅନୁଭବ କରି ଥିଲେ ଯେ ଏହି କେନ୍ଦ୍ରକୁ ପଶୁ ଡାକ୍ତର ଆସି ଅଞ୍ଚଳର ଗୃହ ପାଳିତ ପଶୁ ମାନଙ୍କ ସେବା କରିବେ ଏବଂ ଜନ ସାଧାରଣ ଛେଳି,
ମେଣ୍ଢା, କୁକୁଡ଼ା, ଗୋ ପାଳନ, ଆଦି ବିଭିନ୍ନ ପଶୁ ପାଳନ କରି ନିଜ ନିଜ ର ଆର୍ଥିକ ମାନ ଦଣ୍ଡ ବୃଦ୍ଧି କରି ପାରିବେ । କିନ୍ତୁ ସ୍ଥାନୀୟ ଜନତାଙ୍କ କହିବା ଅନୁଯାୟୀ ଦଶ ବର୍ଷ ମଧ୍ୟରେ ଜଣେ କେହିବି ଡାକ୍ତର ପ୍ରାଣୀ ଚିକିତ୍ସା ଉଦ୍ଦେଶ୍ୟରେ ଏହି କେନ୍ଦ୍ରକୁ ଆସି ନାହାନ୍ତି । ଅବଶ୍ୟ କିଛି ବ୍ୟକ୍ତି ଛେଳି, ଗାଈ, ମେଣ୍ଢା ଓ କୁକୁଡ଼ା ଚାଷ କରି ପରିବାର ପୋଷଣ କରି ଆସୁଛନ୍ତି । ପଶୁ ମାନଙ୍କୁ ରୋଗ ସମୟରେ ପାଳନ କର୍ତ୍ତା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରାୟ ବାର କିଲୋମିଟର ଦୂରରେ ଅବସ୍ଥିତ ରଣପୁର ରେ ଅବସ୍ଥିତ ପଶୁ ଚିକିତ୍ସା କେନ୍ଦ୍ର କୁ ଦୌଡ଼ିବାକୁ ପଡୁଛି।
ଏପଟେ କିନ୍ତୁ ଘରଟି ଖାଲି ପଡିଥିବାରୁ ସ୍ଥାନୀୟ ବାସିନ୍ଦା ଘରଟିରେ ଧାନ, ସିମେଣ୍ଟ ,କାଠ ଭଳି ଜିନିଷ ରଖୁଥିବା ଜଣା ପଡିଛି। ଯେମିତି କି ସେ ଘରଟିର ମା ବାପା କେହି ନାହିଁ। ସବୁ ଦିନ ନହେଲେବି ଯଦି ସରକାରଙ୍କ ତରଫରୁ କେହି ପଶୁ ଡାକ୍ତର ସପ୍ତାହକୁ ପ୍ରାୟ ଦୁଇ ଥର ବି ଆସି ସମ୍ପର୍କ ସ୍ଥାପନ କରି ଚିକିତ୍ସା ର ପ୍ରଚାର ପ୍ରସାର କରା ଯାଆନ୍ତା , ସ୍ଥାନୀୟ ବାସିନ୍ଦା ଅଧିକରୁ ଅଧିକ ପଶୁ ସମ୍ପଦ ପାଳନ ନିମନ୍ତେ ଆଗ୍ରହୀ ହୁଅନ୍ତେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏଣୁ ଜିଲ୍ଲା ପଶୁ ସମ୍ପଦ ବିଭାଗ ଏହାକୁ ବିଚାରକୁ ନେଇ ଉଚିତ୍ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେଉଛି l
No Result
View All Result