No Result
View All Result
0୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ଆଜି ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଏକ ନିଃଶୁକ୍ଳ ଚକ୍ଷୁ ଚିକିତ୍ସା ଶିବିର କ୍ଳବର ବରିଷ୍ଠ ସଭ୍ଯ ରୋଟାରୀଆନ ଡାକ୍ତର ଯୋଗୀନ୍ଦ୍ର ସେନାପତିଙ୍କ କରକମଳରେ ଉଦ୍ଘାଟନ କରାଯାଇଛି । ଉକ୍ତ ଶିବିରରେ ୧୬୭ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ସମସ୍ତଙ୍କୁ ଔଷଧ ପ୍ରଦାନ କରିବା ସହିତ ୧୧୩ ଜଣଙ୍କୁ ଚଷମା ପ୍ରଦାନ କରାଯାଇଛି । ଉକ୍ତ ଶିବିରକୁ ଖୋର୍ଦ୍ଧା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ସସ୍ମିତା ସାହୁ ଓ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରର ଚକ୍ଷୁ ସହାୟକଙ୍କ ଦ୍ବାରା ପରୀକ୍ଷା କରାଯାଇଥିଲା ।
ଭୁବନେଶ୍ବରସ୍ଥିତ ରୋଟାରୀ ରୟାଲ ଚକ୍ଷୁ ଚିକିତ୍ସାଳୟର ବିଶେଷଜ୍ଞଙ୍କ ଦ୍ବାରା ଚକ୍ଷୁ ପରୀକ୍ଷା କରାଯାଇ ୧୪ ଜଣଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯିବା ପରେ ସେମାନଙ୍କୁ ଚିକିତ୍ସାଳୟ ନିଜ ଦାୟିତ୍ୱରେ ଭୂବନେଶ୍ବର ନେଇ ଆସନ୍ତା କାଲି ଅସ୍ତ୍ରୋପଚାର କରି ତା’ ପର ଦିନ ସେମାନଙ୍କୁ ବଡକୁଳ ଠାରେ ପହଁଚାଇବାର ବ୍ଯବସ୍ଥା କରାଯାଇଛି।
ଚକ୍ଷୁ ଦାନ ନିମନ୍ତେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଏଥିରେ ଚକ୍ଷୁ ଦାନ ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରାଯିବା ପରେ ସେଥି ମଧ୍ଯରୁ ୧୨ ଜଣ ବ୍ଯକ୍ତି ଚକ୍ଷୁ ଦାନ କରିବା ନିମିତ୍ତ ସହମତି ପ୍ରକାଶ କରିଥିଲେ । କ୍ଳବ ସଭାପତି ଶ୍ଯାମସୁନ୍ଦର ପୃଷ୍ଟି, ସଂପାଦକ ଅଶୋକ କୁମାର ନାୟକ, ପୂର୍ବତନ ସଭାପତି ବିଜୟ କୁମାର ନନ୍ଦ, ବିଜୟ କୁମାର ବେହେରା, ଧୀରେନ୍ଦ୍ରନାଥ ପାତ୍ର, ସୁରେଶ ଚନ୍ଦ୍ର ବେହେରା,
ରବିନାରାୟଣ ନାୟକ, ଅନଙ୍ଗଭୀମ ବିଶ୍ବାଳ, ଜଗଦୀଶ ଲାଖୋଟିଆ, ଗୋପାଳ ଚନ୍ଦ୍ର ନାୟକ, ନନ୍ଦ କିଶୋର ମିଶ୍ର ଓ ସଭ୍ଯ ଡ. ଚିନ୍ତାମଣି ମିଶ୍ର, ସୁନୀଲ କୁମାର ପାତ୍ର, ପ୍ରସନ୍ନ ସାମନ୍ତରାୟ, ଗଗନ ବିହାରୀ ବେହେରା, ହିମାଂଶୁ କୁମାର ପାତ୍ର, ରବୀନ୍ଦ୍ରନାଥ ପ୍ରଧାନ ଓ ଡ. ସୁନୀଲ କୁମାର ପଟ୍ଟନାୟକ ପ୍ରମୂଖ ଶିବିର ପରିଚାଳନା କରିଥିଲେ । ବାଲୁଗାଁ ଶ୍ରୀଜଗନ୍ନାଥ ଚକ୍ଷୁ ଚିକିତ୍ସାଳୟ ଓ ମେଡିସିନ୍ ଷ୍ଟୋର ବିଶେଷ ଭାବରେ ସହାୟତା କରିଥିଲେ ।

No Result
View All Result