No Result
View All Result
୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ ବ୍ଲକର ୪ ଗୋଟି ପଞ୍ଚାୟତକୁ ନୟାଗଡ ଜିଲ୍ଲା ଅନ୍ତର୍ଗତ ଇଟାମାଟି ସ୍ଥିତ ରାଜପାଟଣା ଗ୍ରାମଠାରେ ଥିବା ଉଚ୍ଚ ବିଦ୍ୟୁତ ଜଙ୍କସନଠାରୁ ବିଦ୍ୟୁତ୍ ବିତରଣ କରୁଅଛି । ବୋଲଗଡ ବ୍ଲକଅଞ୍ଚଳରେ ଦିନକୁ ଦିନ ଅଘୋଷିତ ବିଦୁତ୍ କାଟ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଚଳିତ ମାସ ୫ ଦିନ ଧରି ପ୍ରତିଦିନ ୧୦ ଥର ଠାରୁ ଅଧିକସମୟ ବିନା ସୂଚନାରେ ଅଘୋଷିତ ବିଦ୍ୟୁତ କାଟ ଦ୍ବାରା ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷୁରୁ ନୀରବ ଛିନ ବିଦୂତ୍ ସେବା ଯୋଗାଇବା ନିର୍ଦ୍ଦେଶ ଥିଲେ ମଧ୍ୟ ଟାଟା ପାୱାର ବୋଲଗଡ ବ୍ଲକ ଅଞ୍ଚଳରେ ବିଫଳ ହେବା ଉପଭୋକ୍ତାମାନେ ପ୍ରକାଶ କରିଛନ୍ତି ।

ବିଦୁତ୍ ଶକ୍ତି ବିନା ଛାତ୍ରଛାତ୍ରୀମାନଙ୍କ ପାଠ ପଢିବାରେ ସମସ୍ୟା,ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ପ୍ରଭାବିତ ଓ ରୋଗୀମାନେ ବିଶ୍ରାମ ନେବାରେ ବ୍ୟାହତ ସହିତ ବିଦୂତ୍ ଦ୍ଵାରା ବିଭିନ୍ନ ଜରୁରୀ କାର୍ଯ୍ୟ ଠପ୍ ହୋଇପଡୁଛି । ଭାଦ୍ରବ ମାସର ଦିନବେଳା ଗୁଳୁଗୁଳି ପ୍ରବଳ ହେଉଥିବା ବେଳେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ବଡ ସମସ୍ୟା ଦେଖାଦେଇଛି ।

ବୋଲଗଡ ବ୍ଲକ ଅଞ୍ଚଳରେ ବାରମ୍ବାର ବିଦୁତ୍ କାଟ ନେଇ ଟାଟା ପାୱାର ବିଦୁତ କମ୍ପାନୀର ମନମାନି ପଦାରେ ପଡ଼ିଛି । ବିଦ୍ୟୁତ କାଟ ପୂର୍ବରୁ ଜନସାଧାରଣ ମାନଙ୍କ ଅବଗତ ନିମନ୍ତେ ସୂଚନା ଦେବା ବାଧ୍ୟତା ମୂଳକ ଅଟେ । ବିନା ସୂଚନାରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଆଇନ ବିରୋଧ ଥିବା ବେଳେ କମ୍ପାନୀ ବିରୋଧର ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ କଠୋର ଜୋରିମନା ଦେବାର ନିୟମ ରହିଛି । ବୋଲଗଡ଼ ଅଞ୍ଚଳରେ ବିଦୁତ ଗ୍ରାହକମାନଙ୍କୁ ୨୪ ଘଣ୍ଟିଆ ବିଦୁତ୍ ସେବା ଯୋଗାଇବା ବିଫଳ ନେଇ ଉପଭୋକ୍ତାମାନେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଛନ୍ତି ।
No Result
View All Result