• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଫସଲ ଅମଳ ସୁପରିଚାଳନା ନିମନ୍ତେ ପ୍ରାଥମିକ କୃଷି ସମବାୟ ସମିତି ଗୁଡ଼ିକରେ ଭିତ୍ତିଭୂମି ପ୍ରତିଷ୍ଠା ; ମନ୍ତ୍ରୀ ଶ୍ରୀ ସ୍ୱାଇଁ

Proprietor Abhimanyu Maharana by Proprietor Abhimanyu Maharana
August 12, 2020
in Uncategorized, ଓଡ଼ିଶା, ବାଣିଜ୍ୟ, ହୋମ୍
0
ଫସଲ ଅମଳ  ସୁପରିଚାଳନା ନିମନ୍ତେ ପ୍ରାଥମିକ କୃଷି ସମବାୟ ସମିତି ଗୁଡ଼ିକରେ ଭିତ୍ତିଭୂମି ପ୍ରତିଷ୍ଠା ; ମନ୍ତ୍ରୀ ଶ୍ରୀ ସ୍ୱାଇଁ
Share on FacebookShare on TwitterWhatsapp

ପ୍ରାଥମିକ କୃଷି ସମବାୟ ସମିତି ଗୁଡ଼ିକରେ ଫସଲ ଅମଳ ପରବର୍ତ୍ତୀ ପରିଚାଳନା ନିମନ୍ତେ ଭିତ୍ତିଭୂମି ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛିି : ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରଥମ ପର୍ଯ୍ୟାୟରେ ୧୦୦ଟି ପ୍ୟାକ୍ସକୁ ବହୁମୁଖୀ ସେବାକେନ୍ଦ୍ରରେ ପରିଣତ କରାଯିବ କେନ୍ଦ୍ରୀୟ ଯୋଜନା କୃଷି ଭିତ୍ତିଭୂମି ପାଣ୍ଠିରୁ ନାବାର୍ଡ ପକ୍ଷରୁ ୨୬ କୋଟି ଟଙ୍କା ଋଣ ମଂଜୁର

ଓଡିଶା ତାଜା ନ୍ୟୁଜ୍ ( ୧୨ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ଫସଲ ଅମଳ ପରବର୍ତ୍ତୀ କ୍ଷତିକୁ ହ୍ରାସ କରିବା ଏବଂ କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ଯେପରି ଚାଷୀମାନେ ପାଇପାରିବେ ସେଥିନିମନ୍ତେ ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକରେ ଫସଲ ଅମଳ ପରବର୍ତ୍ତୀ ପରିଚାଳନା ନିମନ୍ତେ ଭିତ୍ତିଭୂମି ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ରାଜ୍ୟର କୃଷକମାନଙ୍କର ଉତ୍ପାଦିକତା ବଢ଼ିବା ସହିତ ସେମାନଙ୍କ ଆୟ ବୃଦ୍ଧି ହୋଇପାରିବ ଏବଂ ପ୍ରାକୃତିକ ବିପର୍ଯ୍ୟୟଜନିତ କ୍ଷୟକ୍ଷତିକୁ ମଧ୍ୟ କମ କରାଯାଇପାରିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଏଥିନିମନ୍ତେ ପ୍ୟାକ୍ସଗୁଡ଼ିକରେ ଚାଷୀମାନଙ୍କୁ ବିଭିନ୍ନ ଫସଲ ଅମଳ ପରବର୍ତ୍ତୀ ସୁବିଧା ଯୋଗାଇଦେବା ଦିଗରେ ଭିତ୍ତିଭୂମି ପ୍ରତିଷ୍ଠା କରିବା ପାଇଁ ନାବାର୍ଡ ପକ୍ଷରୁ କେନ୍ଦ୍ର ଯୋଜନା କୃଷି ଭିତ୍ତିଭୂମି ପାଣ୍ଠି ଅନ୍ତର୍ଗତ ସ୍ପେସିଆଲ୍‌ ରିଫାଇନାନ୍ସ ଯୋଜନାରେ ଋଣ ପ୍ରଦାନ କରାଯାଇଛି । ଏହି ଋଣର ମଂଜୁରିପତ୍ର ଆଜି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ଶତପଥୀଙ୍କୁ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ହସ୍ତାନ୍ତର କରିଥିଲେ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୦ଟି ପ୍ୟାକ୍ସଗୁଡ଼ିକରେ ଫସଲ ଅମଳ ପରବର୍ତ୍ତୀ ପରିଚାଳନା ନିମନ୍ତେ ଭିତ୍ତିଭୂମି ପ୍ରତିଷ୍ଠା କରି ଏଗୁଡ଼ିକୁ ବହୁମୁଖୀ ସେବାକେନ୍ଦ୍ରରେ ପରିଣତ କରାଯିବ ଓ ଏଥି ନିମନ୍ତେ ନାବାର୍ଡ ପକ୍ଷରୁ ୨୬ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଋଣ ରିହାତି ହାରରେ ଯୋଗାଇ ଦିଆଯିବ ।

ଆଜି ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିସରରେ ଆୟୋଜିତ ଏକ ଭିଡିଓ କନ୍‌ଫରେନ୍ସିଂ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ଡିଆର୍‌ସିଏସ୍‌ ଓ ଏଆର୍‌ସିଏସ୍‌ମାନଙ୍କ ସହିତ ଆଲୋଚନା କରି ବିିଭିନ୍ନ ଜିଲ୍ଲାରେ କୃଷକ ମାନଙ୍କର ଆବଶ୍ୟକତା ଅନୁଯାୟୀ ଫସଲ ଅମଳ ପରବର୍ତ୍ତୀ ପରିଚାଳନା ନିମନ୍ତେ କୃଷି ଭିତ୍ତିଭୂମି ପ୍ରତିଷ୍ଠା କରି ପ୍ୟାକ୍ସ ମାଧ୍ୟମରେ ଚାଷୀମାନଙ୍କୁ ବିଭିନ୍ନ ସେବା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟର ରାଜ୍ୟର ୧୦୦ ଗୋଟି ପ୍ୟାକ୍ସରେ ଆବଶ୍ୟକତା ଅନୁଯାୟୀ ଗୋଦାମଗୃହ, କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ, ମାର୍କେଟ କମ୍ପ୍ଲେକ୍ସ, ଓୟାର ହାଉସ୍‌, ୱେ-ବ୍ରିଜ୍‌, ଇ- ମାର୍କେଟିଂ ପ୍ଲାଟଫର୍ମ, ପ୍ୟାକେଜିଂ ସୁବିଧା, ଆଗ୍ରୋ ଷ୍ଟୋରେଜ୍‌ କେନ୍ଦ୍ର, ଗ୍ରାମ୍ୟ ଗୋଦାମ ଗୃହ, କୃଷିଜାତ ଦ୍ରବ୍ୟର କୋଲଡ୍‌ ଚେନ୍‌ ଏବଂ କୃଷିଜାତ ଦ୍ରବ୍ୟର ସପ୍ଲାୟ ଚେନ୍‌ ଆଦି ନିର୍ମାଣ କରାଯିବ । ଏହା ଦ୍ୱାରା ଗୋଷ୍ଠୀ କୃଷି ଭିତ୍ତିଭୂମି ପ୍ରତିଷ୍ଠା କରାଯାଇ ପ୍ରାଥମିକ କୃଷି ସେବା ସମିତିଗୁଡ଼ିକୁ ଅଧିକ ସୁଦୃଢ଼ ଓ ପୋଷଣୀୟ କରାଯାଇପାରିବ ଏବଂ ଚାଷୀମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଏହି ଅବସରରେ ନାବାର୍ଡର ସାଧାରଣ ପରିଚାଳକ ଶ୍ରୀ ଏ.ପି.ଦାସ, ଅନ୍ୟତମ ସାଧାରଣ ପରିଚାଳକ, ନାବାର୍ଡ ଶ୍ରୀ ବି. ନାଗେଶ୍ୱର ରାଓ, ଡି.ଜି.ଏମ୍‌ ନାବାର୍ଡ ଶ୍ରୀ ଭି.ବାଲସୁବ୍ରମଣ୍ୟମ୍‌ ରେଜିଷ୍ଟାର, କୋଅପରେଟିଭ୍‌ ସୋସାଇଟି ଶ୍ରୀ ଭରତ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026
ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

March 9, 2026
ବଲାଙ୍ଗିର ରେ ଓମ୍ ଏଣ୍ଟରପ୍ରାଇଜେସ୍ ର ନୂତନ ବ୍ରାଞ୍ଚ ଉଦଘାଟିତ

ବଲାଙ୍ଗିର ରେ ଓମ୍ ଏଣ୍ଟରପ୍ରାଇଜେସ୍ ର ନୂତନ ବ୍ରାଞ୍ଚ ଉଦଘାଟିତ

March 9, 2026
AIG Hospitals Launches South India’s First ZAP-X®️ Gyroscopic Neuro-Radiosurgery Platform, Transforming Brain Tumor Treatment into a Non-Invasive Day-Care Procedure

AIG Hospitals Launches South India’s First ZAP-X®️ Gyroscopic Neuro-Radiosurgery Platform, Transforming Brain Tumor Treatment into a Non-Invasive Day-Care Procedure

March 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026
ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

March 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version