No Result
View All Result
୧୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପବିତ୍ର ରକ୍ଷା ବନ୍ଧନ ଅବସରରେ ଦୈନିକ ଖବର କାଗଜ ସମ୍ବାଦ ର ଆମ ଓଡ଼ିଶା ଓ ଗୋପ ବ୍ଲକ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଉତ୍ସର୍ଗ ପରିବାର ର ମିଳିତ ସହଯୋଗରେ ଗୋପ ରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ମହାବିଦ୍ୟାଳୟ ଓ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଯୁବକ ଯୁବତୀ ମାନଙ୍କୁ ନେଇ ଏକ ରକ୍ଷା ବନ୍ଧନ ଓ ନିଶାମୁକ୍ତ ଶପଥ ଗ୍ରହଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ସୋମବାର ସକାଳ ୯ ଘଟିକା ସମୟରେ ବିଶ୍ୱାସ ଷ୍ଟଡି ଜୋନ ଓ ମା ନାରାୟଣୀ କୋଚିଙ୍ଗି ସେଣ୍ଟର ଛାତ୍ରୀ ଛାତ୍ରଙ୍କ ସମେତ ଉତ୍ସର୍ଗ ପରିବାର ସ୍ବେଛାସେବୀ ଓ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ନେଇ ରକ୍ଷା ବନ୍ଧନ ସହିତ ନିଶା ନିବାରଣ ଉପରେ ଏକ ଆଲୋଚନା ଚକ୍ର ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଥିଲା l

ଏହି ଆଲୋଚନା ଚକ୍ରରେ ଗୋପ ମହାବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ପ୍ରକାଶ ଚନ୍ଦ୍ର ଖଟୋଇ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ସ୍ଥଳେ ମାଟିଆ ଖାତ ଶିଶୁମନ୍ଦିର ର ପ୍ରଧାଆଚାର୍ଯ୍ୟ ଅଜୟ କୁମାର ନାୟକ ଏବଂ ଉତ୍ସର୍ଗ ପରିବାର ର ସଭାପତି ବିଷ୍ଣୁ ଚରଣ ପ୍ରଧାନ ପ୍ରମୁଖ ବ୍ୟକ୍ତି ବିଶେଷ ମାନେ ଅଂଶଗ୍ରହଣ କରିଥିଲେ l ତାପରେ ଗୋପ କୋଣାର୍କ ଜାତୀୟ ରାଜପଥରେ ଯାଉଥିବା ପଥଚାରି ଙ୍କ ହାତରେ ରକ୍ଷା ସୁତା ବାନ୍ଧି ଚକୋଲେଟ ବାଣ୍ଟି ନିଶା ନିବାରଣ ସଚେତନତା ଉପରେ ପରାମର୍ଶ ଦେଇଥିଲେ l

ସେହିପରି ବୃକ୍ଷରେ ରକ୍ଷା ସୁତା ବାନ୍ଧି ପରିବେଶ ସୁରକ୍ଷା ନିମନ୍ତେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଓ ଅନ୍ଧ ମୁକ ବଧିର ବିଦ୍ୟାଳୟ ରେ ରହୁଥିବା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଓ ନୀଳାଦ୍ରି ନିଳୟରେ ରହୁଥିବା ଦିବ୍ୟାଙ୍ଗ ମାନସିକ ଅନଗ୍ରସର ଲୋକମାନଙ୍କ ଗ୍ରହଣରେ ରକ୍ଷା ବନ୍ଧନ ଓ ଚକୋଲେଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଯଦି ଆମ ପରି ହୋଇଥାନ୍ତା ତେବେ ସେ ଆମ ହାତରେ ରାକ୍ଷୀ ବାନ୍ଧି ନିଜକୁ ରକ୍ଷା କରିବାର ପ୍ରତିଶ୍ରୁତି ମାଗିଥାନ୍ତା ।
ବୃକ୍ଷ ଅଛି ତ ଆମେ ଅଛୁ । ତେଣୁ ଆଜିର ଏହି ପବିତ୍ର ଦିନ ରେ ଆମେ ବୃକ୍ଷ କୁ ରକ୍ଷା ସୂତ୍ରରେ ବାନ୍ଧି ତା’ର ରକ୍ଷା କରିବା ପାଇଁ ପ୍ରତିବଦ୍ଧ ହେଲୁ ।
No Result
View All Result