୧୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରକ୍ଷା ବନ୍ଧନ ଅବସରରେ ଆଜି ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମାନେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ l ଶ୍ରୀ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଗ୍ରହଣ କରି ସମସ୍ତଙ୍କୁ ରାଖୀ ପାଇଁ ଅଭିନନ୍ଦନ ଜଣାଇଥିଲେ l
ଭୁବନେଶ୍ୱର ଭରତପୁର ସ୍ଥିତ ଲୁଇ ବ୍ରେଲି ଦୃଷ୍ଟି ବାଧିତ ବିଦ୍ୟାଳୟ ର ଦୃଷ୍ଟି ବାଧିତ କୁନି କୁନି ଝିଅ ମାନେ ପ୍ରଥମେ ଶ୍ରୀ ପଟ୍ଟନାୟକ ଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ l ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ପିଲା ମାନଙ୍କୁ ଆଶୀର୍ବାଦ କରିବା ସହ ସମସ୍ତଙ୍କୁ ଉପହାର ଦେଇଥିଲେ l ପରେ ପରେ ଲା କିଡ଼ସ ପ୍ଲେ ସ୍କୁଲ ର କୁନି କୁନି ପିଲାମାନେ ରାଖୀ ବାନ୍ଧି ଥିଲେ l
ଭୁବନେଶ୍ୱର ମହାନଗର ନିଗମ ର ମେୟର ସୁଲୋଚନା ଦାସ ଙ୍କ ନେତୃତ୍ୱ ରେ ବିଭିନ୍ନ ୱାର୍ଡ ର କର୍ପୋରେଟର ମାନେ ମଧ୍ୟ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ରାଖୀ ବାନ୍ଧି ଥିଲେ l ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ବିଜୁ ଜନତା ଦଳ ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର,
ଭାରତ ସ୍କାଉଟ ଏବଂ ଗାଇଡିସ ର ସ୍ବେଛାସେବୀ ମାନେ ଭୁବନେଶ୍ୱର ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟ ର ବ୍ରହ୍ମକୁମାରୀ ଓ ବ୍ରାହ୍ମକୁମାର ମାନେ l ଲିଙ୍ଗରାଜ ବିହାର ଓ ଏୟାର ପୋର୍ଟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନେ ଓ ସମାଜ ର ବିଭିନ୍ନ ବର୍ଗ ର ଜନସାଧାରଣ ମାନେ ଶ୍ରୀ ପଟ୍ଟନାୟକ ଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ l















