No Result
View All Result
୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ ଫୁଲନଖରା ନିକଟସ୍ଥ ବମ୍ଫକୁଦ ଗ୍ରାମର ସମାଜ ସେବୀ ଅଗଣି ଚରଣ ଜେନା, ଗଗନ ଚନ୍ଦ୍ର ଜେନା , ନରେନ୍ଦ୍ର କୁମାର ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଶନିବାର ସନ୍ଧ୍ୟାରେ ତାଙ୍କ ବାସଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ ସ୍ମୃତି ଚାରଣ ସଭାରେ ପୂର୍ବତନ କର୍ପୋରେଟର ପ୍ରମୋଦ କୁମାର ମହାପାତ୍ର, ପୂର୍ବତନ ସରପଞ୍ଚ ବଂଶଧରଙ୍କ ଭୋଳ ,
କଟକ ନଗର ବିଜେପି ଉପସଭାପତି ସ୍ୱାଧିନ ଚେତା ମହାନ୍ତି, କୈଳାସ ଚନ୍ଦ୍ର ମୁଦୁଲି, ବିପ୍ର ଚରଣ ଭୋଳ, ଟୁନା ଜେନା, ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଅଗଣ ଚରଣ ଜେନା, ଗଗନ ଚନ୍ଦ୍ର ଜେନା, ନରେନ୍ଦ୍ର କୁମାର ଜେନାଙ୍କ ସ୍ମୁତି ଚାରଣ କରିଥିଲେ । ଆଲୋକ କୁମାର ଜେନା, ଅଭୟ କୁମାର ଜେନା, ଅଜୟ କୁମାର ସାହୁ ପ୍ରମୁଖ ନିମନ୍ତ୍ରିତ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଉପଲକ୍ଷେ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଶ୍ରାଦ୍ଧବାର୍ଷିକ ଉତ୍ସବରେ ସାମ୍ବାଦିକ, ଆଖପାଖ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ ।
No Result
View All Result