No Result
View All Result
୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> କୋଣାର୍କ ନାଟ୍ୟମଣ୍ଡପ ପରିସରରେ ଗୁରୁବାର ସନ୍ଧ୍ୟାରେ ଝୁଲଣ ଉତ୍ସବ ଉଦଘାଟିତ ହୋଇଯାଇଛି । ଅତିଥି ଭାବେ ଉତ୍କଳ ସଙ୍ଗିତ ମହାବିଦ୍ୟାଳୟ ଅଧ୍ୟାପିକା ସ୍ନେହପ୍ରଭା ସାମନ୍ତରାୟ, ସମାଜସେବୀ ଶତରୂପା ଦାସ,ନାଟ୍ୟମଣ୍ଡପ ସମ୍ପାଦକ ଶିବାଶିଷ ପ୍ରଧାନ, ସୁଲୋଚନା ପ୍ରଧାନ, ରମଣୀ ରଂଜନ ଜେନା ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ ।
ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମରେ ପ୍ରଥମ ଚରଣରେ ଭୁବନେଶ୍ୱରର ଶୁଭଲକ୍ଷ୍ମି ନନ୍ଦୀ ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟ । ଏଥିରେ ରାଧାକୃଷ୍ଣଙ୍କ ପ୍ରେମ କଥା ଉପସ୍ଥିତ ଦର୍ଶକଙ୍କ ମନମୋହିଥିଲା । ପରେ ଚେନ୍ନାଇର ଗୋପୁକିରଣ ସଦାଶିବନ ଏବଂ ଶ୍ରୀମତୀ ଆଶିଷ କିରଣ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରିଥିଲେ ।
ଆସନ୍ତା ୪ଦିନ ପର୍ଯ୍ୟନ୍ତ ଓଡିଶୀ,ଭାରତନାଟ୍ୟମ, ମୋହିନୀଆଟ୍ଟମ,ଓଡ଼ିଶୀ ମର୍ଦ୍ଦଳ,ବୈଠକି ସଙ୍ଗିତ ଆଦି ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ହେବ । ଏହି ଅବସରରେ ରାଧାକୃଷ୍ଣଙ୍କ ଝୁଲଣ ଝାଙ୍କି ପ୍ରଦର୍ଶିତ ହେବା ସହିତ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମକୁ ନିରଂଜନ ପାଲତା,ଶତରୂପା ଖଣ୍ଡାୟତରାୟ ସଂଯୋଜନା କରିଥିବାବେଳେ ଖଗେଶ୍ବର ଖଣ୍ଡାୟତ ରାୟ, ଗୁରୁ ଜୟକୃଷ୍ଣ ନାୟକ, ସୁଦେଶ୍ନା ସାସମଲ୍, ସଂଜୀବନୀ ପ୍ରଧାନ ପ୍ରମୁଖ ନାଟ୍ୟ ମଣ୍ଡପର କର୍ମକର୍ତ୍ତା ପରିଚାଳନା କରିଥିଲେ ।

No Result
View All Result