No Result
View All Result
୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୂର୍ବାହ୍ନରେ ବ୍ଲୁ ଫ୍ଲାଗ ବିଚରେ ପୁରୀ ପୌରପାଳିକା ପକ୍ଷରୁ ହରଘର ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପୁରୀ ପୌରପାଳିକା ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଏହାକୁ ଉଦଘାଟନ କରିଥିଲେ ।ପୌରପାଳିକା ର ସମସ୍ତ ଅଧିକାରୀ,କର୍ମଚାରୀ ଏଥିରେ ସାମିଲ ହୋଇ ହରଘର ତିରଙ୍ଗା, ବନ୍ଦେ ମାତରଂ,ଭାରତ ମାତା କି ଜୟ,ବନ୍ଦେ ମାତରଂ,
ଜୟ ହିନ୍ଦ ଧ୍ୱନି ଦେଇ ସମୁଦ୍ର କୂଳ ପରିକ୍ରମା କରିଥିଲେ । ହରଘର ତିରଙ୍ଗା ର ଆନ୍ଥେମକୁ ପ୍ରଦର୍ଶନ କରାଯାଇଥିଲା । ଜାତୀୟ ପତାକା ହାତରେ ଧରି ଉପସ୍ଥିତ ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ପର୍ଯ୍ୟଟକ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,
ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢୀ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା , ଓଡିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦୂର୍ଗା ମାଧବ କର ଉପସ୍ଥିତ ଥିଲେ ।
No Result
View All Result