No Result
View All Result
୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୂରୀ :-> ଜିଲ୍ଲା ସଂସ୍କୃତି ଭବନ ଠାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସୂଚନା ଲୋକସମ୍ପର୍କ କାର୍ଯ୍ୟାଳୟ ବିଭାଗ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ କବିତାପାଠୋତ୍ସବ ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ଯୋଗେଶ୍ୱର ପ୍ରହରାଜ ଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମରେ ଅତିରିକ୍ତ ଜ଼ିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l
ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠି ଉପସ୍ଥିତ ଥିଲେ l ଆୟୋଜିତ କବିତାପାଠୋତ୍ସବରେ ଯଥାକ୍ରମେ ବିପିନ ଦଳାଇ, ସଦାଶିବ ମିଶ୍ର, କୃଷ୍ଣ ଚନ୍ଦ୍ର ରଥ, ଶିବସୁନ୍ଦର ମିଶ୍ର, ବିଜୟଲଷ୍ମୀ ଦାଶ, ପ୍ରତିଭା ତ୍ରିପାଠୀ, ଅନାମ ସାହୁ, ବୀରେନ୍ଦ୍ର କୁମାର ମହାନ୍ତି, ସୁରେଶ କୁମାର ପଟ୍ଟନାୟକ, ପ୍ରମୁଖ ମଞ୍ଚାସିନ ଥିଲେ ଡକ୍ଟର ସସ୍ମିତା ମିଶ୍ର,
ଅଧ୍ୟାପକ ଅଶୋକ କୁମାର ମିଶ୍ର,ଡାକ୍ତର ରାନୁ ମିଶ୍ର, ଅନ୍ନପୂର୍ଣ୍ଣା ଦେବୀ , ମିନତୀ ମିଶ୍ର, ଉମାକାନ୍ତ ମହାପାତ୍ର ,ପ୍ରଭାତ ଚନ୍ଦ୍ର ରଥ, ରଚିତା ରାଉତରାୟ, ଚନ୍ଦ୍ର ଶେଖର ମହାରଣା, ମିନତୀ ପଟ୍ଟନାୟକ, ପ୍ରବାସିନୀ ମିଶ୍ର, ଆଶାଲତା ପ୍ରଧାନ, ଙ୍କ ସମେତ ବହୁ କବି ଓ କବୟିତ୍ରୀ ମାନେ ସ୍ୱରଚିତ ଦେଶାତ୍ମୋବୋଧ କବିତା ପାଠ କରିଥିଲେ l
No Result
View All Result