No Result
View All Result
୧୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> ବିଭିନ୍ନ ବିଭାଗର କାର୍ଯ୍ୟାଳୟରେ କର୍ମଚାରୀଙ୍କ ବାରମ୍ଵାର ଅନୁପସ୍ଥିତ ରହିବା ଲୋକଙ୍କ ଜନହିତକର କାର୍ଯ୍ୟରେ ଅସହଯୋଗ ଓ ଅନିୟମିତତା କରିବା ଏବଂ ବିଭିନ୍ନ ବିଭାଗର ନିରୁତ୍ସାହିତ କାର୍ଯ୍ୟ ନେଇ ଆଲୋଚନା ସହ ଏହାକୁ ତୀବ୍ର ବିରୋଧ କରାଯାଇଥିଲା। ନିଆଳି ପଞ୍ଚାୟତ ସମିତିର ୮ମ ତଥା ନବ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ପ୍ରଥମ ପଞ୍ଚାୟତ ସମିତି ବୈଠକ ବୁଧବାର ସମିତି ସଭାଗୃହରେ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା ସଭାପତିତ୍ବ କରିଥିବା ବେଳେ ବିଡିଓ ଡ଼ା. ଜଗଦିଶ୍ ଷଢ଼ଙ୍ଗୀ ସ୍ଵାଗତ ବକ୍ତବ୍ୟ ରଖିଥିଲେ । ସମିତି ପକ୍ଷରୁ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ସ୍ବର୍ଣ୍ଣ ପ୍ରଭା ରାଉତ ଜଗତ୍ସିଂହପୁର ସାଂସଦ ବିଭୂ ପ୍ରସାଦ ତରାଇ ଓ ବିଧାୟକ ଛବି ମଲ୍ଲିକଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରଥମେ ସାଂସଦ ଓ ବିଧାୟକ ସେମାନଙ୍କର ଅଭିଭାଷଣ ରଖି ଦଳମତ ନିର୍ବିଶେଷରେ ନିଆଳି ବ୍ଲକର ୨୩ଟି ପଞ୍ଚାୟତ ରେ ଉନ୍ନୟନ ମୂଳକ କାର୍ଯ୍ୟ କିପରି କରାଯାଇ ପାରିବ ସେ ନେଇ କହିଥିଲେ ।

ପରେ କୃଷି, ଉଦ୍ୟାନ, ସ୍ୱାସ୍ଥ୍ୟ, ଖାଦ୍ୟଯୋଗଣ, ପାନୀୟଜଳ, ସାମାଜିକ ସୁରକ୍ଷା, ମିଶନ ଶକ୍ତି, ରାସ୍ତା ଓ ଗ୍ରାମ୍ୟ ଉନ୍ନୟନ, ଜଳ ସେଚନ, ବିଦ୍ୟୁତ୍ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି କ୍ରମାନ୍ୱୟରେ ସେମାନଙ୍କ ବିଭାଗର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ତଥ୍ୟ ରଖିଥିବା ବେଳେ ଉକ୍ତ ତଥ୍ୟ ନିରୁତ୍ସାହିତ ନେଇ ସମିତି ବୈଠକରେ ସମସ୍ତ ସଭ୍ୟ ସଭ୍ୟା ଅସନ୍ତୋଷ ପ୍ରକାଶ କରିଥିଲେ । ଜନୈକ ସମିତି ସଭ୍ୟ ଓ ଜିଲ୍ଲାପରିଷଦ ସଭ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ ବ୍ଲକ କୃଷି ଅଧିକାରୀଣି ସନ୍ଧ୍ୟାରାଣୀ ସାହୁ ନିଆଳି ବ୍ଲକରେ ୧୦, ୨୪୦ହେକ୍ଟର ଜମିରେ ଖରିବ ଧାନଚାଷ ହେଉଥିବା ନେଇ ତଥ୍ୟ ରଖିଥିଲେ ।

ସେହିପରି ଏକ ଯୋଜନାରେ କପାସି ପଞ୍ଚାୟତ ରେ ୨୦ ହେକ୍ଟର ଓ ତିହୁଡି ପଞ୍ଚାୟତ ରେ ୧୦ ହେକ୍ଟର ଜମିରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ମେସିନ୍ ସାହାର୍ଯ୍ୟରେ ଧାନ ବୁଣା ସହ ଉନ୍ନତ ମାନର ଚାଷ କରାଯାଇଥିବା କହିଥିବା ବେଳେ ଉକ୍ତ ଦୁଇ ପଞ୍ଚାୟତ ର ସରପଞ୍ଚ ଓ ସମିତିସଭ୍ୟ କେହି ଏ ସଂକ୍ରାନ୍ତରେ ଜାଣିନଥିବା କହିଥିଲେ । ସେହିପରି ଅଧୁକାଂଶ ସମୟରେ କୃଷି ବିଭାଗ କାର୍ଯ୍ୟାଳୟରେ ଦିନ ୧୨ଟା ପର୍ଯ୍ୟନ୍ତ ତାଲା ପଡୁଥିବା ବେଳେ ଅଧିକାରୀ ଅନୁପସ୍ଥିତ ରହିଥିବା ଅଭିଯୋଗ ହୋଇଥିଲା ।

ସେହିପରି ବ୍ଲକର ଗୋବିନ୍ଦରାମ ପାଟଣା ଠାରେ ନୂତନକରି ବସା ଯାଇଥିବା ଉଠା ପାନୀୟ ଜଳଯୋଗାଣ ପ୍ରକଳ୍ପରୁ ଦୂଷିତ, ଆଇରନ ଯୁକ୍ତ ପାଣି ବାହାରୁଥିବାରୁ ଲୋକେ ପାଣି ପିଇ ପାରୁନାହାନ୍ତି । ଏହାର ବିଭାଗୀୟ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ସେଥି ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ଆଉ କେତକ ବିଭାଗର କର୍ମଚାରୀ ଉପସ୍ଥିତ ନଥିବାରୁ ସେମାନଂକୁ କାରଣ ଦର୍ଶାଅ ଏବଂ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସଂସଦ ଶ୍ରୀ ବିଭୁ କିଶୋର ତରାଇ କହିଥିଲେ l
No Result
View All Result