No Result
View All Result
୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡଚଣା :-> ବଡଚଣାର କେନ୍ଦ୍ର ସ୍ଥଳୀ ଚଣ୍ଡିଖୋଲ ଠାରୁ ଆରମ୍ଭ କରି ବ୍ଯବସାୟ ପେଣ୍ଠସ୍ଥଳୀ ଛତିଆ ଓ ବାଲିଚନ୍ଦ୍ରପୁର ଠାରୁ ଆରମ୍ଭ କରି ସମଗ୍ର ବଡଚଣା ବ୍ଲକରେ ବହୁ ସ୍ଥାନରେ ଦୀର୍ଘ ଦିନ ହେବ କିଛି ଅନୁପ୍ରବେଶ କାରୀ ରହୁଛନ୍ତି। କିଏ ରାଜ୍ୟ ବାହାରୁ ତ କିଏ ଦେଶ ବାହାରୁ । ଏମାନଙ୍କ ବିଷୟରେ କାହା ପାଖରେ ସଠିକ ତଥ୍ୟ ରହୁ ନାହିଁ। ଏମାନେ କେଉଁ ଅଞ୍ଚଳରୁ ଆସୁଛନ୍ତି। କେଉଁଠି ରହି କଣ କରୁଛନ୍ତି।ତା ଉପରେ କାହାର ନଜର ନାହିଁ କି କାହା ପାଖରେ ସଠିକ ସୂଚନା ଥିବା ପରି ଜଣାପଡୁନାହିଁ। ସ୍ଥାନୀୟ ବଜାର ଅଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ଯାଏ ସେମାନେ ବସ୍ତି ସ୍ଥାପନ କରି ରହିଛନ୍ତି। ବାଙ୍ଗାଲାଦେଶରେ ଅସ୍ଥିରତା ଲାଗି ରହିଥିବା ବେଳେ । ସେଠାରୁ ଅନୁପ୍ରବେଶକାରୀ ମାନେ ଓଡିଶା ଅସିବା ଆଶଙ୍କା ଏବେ ଏହି ଅଞ୍ଚଳ ମଧ୍ୟରେ ଚିନ୍ତାର କାରଣ ପାଲଟିଛି । ବିଭିନ୍ନ ସମୟରେ ଏହି ଅନୁପ୍ରବେଶକାରୀମାନେ ଛୋଟ ବଡ ଚୋରୀ ଠାରୁ ଆରମ୍ଭ କରି ଚୋରା ନିଶା ବ୍ଯବସାୟ, ବନ୍ଯଜନ୍ତୁ, ବନ୍ଯଜନ୍ତୁ ଙ୍କ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଚୋରା ଚାଲାଣ ସହିତ ବଡ ବଡ ଅପରାଧ ଘଟାଇ ଚାଲିଛନ୍ତି ।

ଛତିଆ, ସୋଲର, ବଡ଼ଚଣା, ଚମ୍ପାପୁର, ଚଣ୍ଡିଖୋଲ, ବେଣାପୁର, ବାଲିଚନ୍ଦ୍ରପୁର, ବାଲିକୁଦା ସହିତ ବଡଚଣା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳର ଏହି ଅନୁପ୍ରବେଶ କାରୀ ମାନେ ରହୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ବାଙ୍ଗାଲାଦେଶୀ ବୋଲି ଚର୍ଚ୍ଚା ହୋଇଥିଲେ ମଧ୍ୟ ସେମାନେ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି କହୁଛନ୍ତି। ନିଜର ପ୍ରକୃତ ପରିଚୟ ଲୁଚାଇବା ପାଇଁ ଏମାନେ ଫେରିବାଲା, ରଙ୍ଗମୀସ୍ତୀରୀ, ମାର୍ବଲ ମୀସ୍ତୀରୀ, ଭାବେ ବିଭିନ୍ନ ସ୍ଥାନରେ କାମ କରୁଛନ୍ତି। ଏପରି କାମ ପାଇଁ କୈଣସି ପରିଚୟ ପତ୍ର ଆବଶ୍ୟକତା ନ ଥିବାରୁ ଏପରି ପେଶା ସେମାନଙ୍କୁ ସୁହାଉଛି। ସମଗ୍ର ବଡ଼ଚଣାର ଏମାନଙ୍କ ସଂଖ୍ୟା ପ୍ରାୟ ତିନି ହଜାର ହେବ ବୋଲି ଅଞ୍ଚଳ ବାସୀ ଅନୁମାନ କରୁଛନ୍ତି। ଶୀତଦୀନ ମଧ୍ୟ ଭାଗରୁ ରଜ ଯାଏ ଏମାନଙ୍କ ସଂଖ୍ୟା ବହୁତ ବଢିଯାଏ। ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କ ସହଯୋଗ ରହୁଥିବାରୁ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢୁଛି ବୋଲି ଆଲୋଚନା ହେଉଛି । ଶୀତଦୀନ ମଧ୍ୟ ଭାଗରୁ ରଜ ଯାଏ ଏମାନଙ୍କ ସଂଖ୍ୟା ବହୁତ ବଢିଯାଏ।

ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କ ସହଯୋଗ ରହୁଥିବାରୁ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢୁଛି ବୋଲି ଆଲୋଚନା ହେଉଛି। ସାଧାରଣ ଘରକୁ ସେମାନେ ମୋଟାଅଙ୍କର ଘର ଭଡା ଦେଉଥିବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ ଭଡା ଦେବାରେ ପ୍ରାଥମିକତା ଦେଉଥିବା ଦେଖିବାକୁ ମିଳିଛି ଅବଶ୍ୟ ଏଥିପାଇଁ ପ୍ରସାସନର କିମ୍ବା ପୋଲିସ କାହାର କିଛି କଟକଣା ନ ଥିବାରୁ ଘର ମାଲିକ ଓ ଅନୁପ୍ରବେଶକାରୀଙ୍କୁ ବେଶ୍ ସୁହାଉଛି। ସମସ୍ତ ଚୋରୀ ଘଟଣାରେ ଥାନାରେ ଅଭିଯୋଗ ହୋଇନଥିବାରୁ ଏମାନଙ୍କ ଗତିବିଧି ଉପରେ ପୋଲିସ ଗୁରୁତ୍ବ ଦେଉଥିବା ନେଇ ଆଲୋଚନା ହେଉଛି। ଛତିଆ ଅଞ୍ଚଳରୁ ଟ୍ରକ ଯୋଗେ ବାଙ୍ଗାଲାଦେଶକୁ କଇଁଛ ଚାଲାଣ ବେଳେ ବୈରୀ ବନବିଭାଗ ଧରି କେସ୍ କରିଥିବା ନଜର ରହିଛି।
ଏପରି ଅନୁପ୍ରବେଶକାରୀଙ୍କ ସମ୍ପର୍କରେ ପୋଲିସ ସବିଶେଷ ତଥ୍ୟ ସଂଗ୍ରହ କରି ସେମାନଙ୍କ ପ୍ରତି ସ୍ଥାନୀୟ ପୋଲିସ କଡା ମନୋଭାବ ରଖୀବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ସଂପ୍ରତି ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ସେଠାରୁ ଅନୁପ୍ରବେଶକାରୀ ଓଡିଶା ଆସିବା ଆଶଙ୍କା ଥିବା ବେଳେ ଏହି ଅଞ୍ଚଳରେ ବସବାସ କରୁଥିବା ବଙ୍ଗୀୟମାନେ ସେମାନଙ୍କୁ ସହଯୋଗ ରହିବ ବୋଲି ସଂଦେହ କରାଯାଇଛି। ଜିଲ୍ଲା ପ୍ରଶାସନ ଓ ବଡଚଣା, ବାଲିଚନ୍ଦ୍ରପୁର ଓ ବୈରୀ ପୋଲିସ ସଂପ୍ରତି ପରିସ୍ତିତିରେ କଠୋର ମନୋଭାବ ରଖି ସମଗ୍ର ବଡଚଣା ବ୍ଲକରେ ରହୁଥିବା ବଙ୍ଗାଳୀଙ୍କ ମୂଳ ପରିଚୟ ପତ୍ର ଖୋଳତାଡ ନ କଲେ କିଛି ଅଘଟଣ ଘଟି ଯାଇପାରେ ବୋଲି । ଲୋକେ ଆଶଙ୍କା କରୁଛନ୍ତି ।
No Result
View All Result