No Result
View All Result
୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବା ସହିତ ସୂର୍ଯ୍ୟ ମନ୍ଦିର ନିର୍ମାଣ କିମ୍ବଦନ୍ତୀକୁ ଜଣାଇବା ଉଦ୍ଦେଶ୍ୟରେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ର ପରିକଳ୍ପନା କରାଯାଇଥିଲା । ଏହି ସୋ ପର୍ଯ୍ୟଟକ ମହଲରେ ଆଦୃତ ହୋଇଥିବା ବେଳେ ମଝିରେ ମଝିରେ ଏହି କାର୍ଯ୍ୟକ୍ରମରେ ବ୍ୟାଘାତ ପାଇଁ ପର୍ଯ୍ୟଟକ ନିରାଶ ହୋଇ ଫେରୁଥିବା ଜଣାପଡିଛି l ସୂଚନା ଥାଇପାରେକି ପର୍ଯ୍ୟଟକ ମାନଙ୍କୁ କୋଣାର୍କ ସୂର୍ଯ୍ୟ ମନ୍ଦିରର ଇତିହାସ, ତଥ୍ୟ,ନିର୍ମାଣ ବିଷୟରେ ଜଣାଇବା ପାଇଁ ୨୦୧୭ମସିହାରେ ଲାଇଟ୍ ଆଣ୍ଡ ସାଉଣ୍ଡ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ପ୍ରଥମେ ୨୫୦ ଜଣ ଦର୍ଶକଙ୍କ ନିମନ୍ତେ ବ୍ୟବସ୍ଥା ହୋଇଥିବା ବେଳେ ସନ୍ଧ୍ୟାରେ ଦୁଇଟି ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା l ଟିକେଟର ମୂଲ୍ୟ ୫୦ ଟଙ୍କା ରହିଥିବା ବେଳେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପରେ ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ଦେଖିବା ପାଇଁ ପର୍ଯ୍ୟଟକମାନେ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା l ହେଲେ ସାତ ଆଠ ଦିନ ହେବ ଉକ୍ତ ପ୍ରୋଜେକ୍ଟର ଖରାପ୍ ହୋଇଯାଇ ଥିବାରୁ ପର୍ଯ୍ୟଟକ ମାନେ ନିରାଶ ହୋଇ ଫେରୁଥିବା ଜଣାପଡିଛି l
ସେହିପରି ବର୍ଷା ଦିନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ବର୍ଷା ହେଲେ ଏହି କାର୍ଯ୍ୟକ୍ରମ ବନ୍ଦ ରହୁଥିବା ଜଣାପଡ଼ିଛି l ବର୍ତମାନ ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ରେ ବ୍ୟାପକ ଅବ୍ୟବସ୍ଥା ରହିଥିବାରୁ ପର୍ଯ୍ୟଟକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଏହାକୁ କାର୍ଯ୍ୟକ୍ଷମ କରିବା ପାଈଁ ପର୍ଯ୍ୟଟକଙ୍କ ମହଲରେ ଦାବି ପ୍ରକାଶ ପାଇଛି l

No Result
View All Result