No Result
View All Result
୦୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ, ୧ ହରିପୁର ରୋଡ୍, 5 ଖାରବେଳ ନଗରର ରାଜ୍ଯ ପରିଷଦ ବୈଠକ ଶ୍ରୀଗୁଣ୍ଡିଚା ଭକ୍ତ ନିବାସ, ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ରାଜ୍ଯ ଫେଡେରେଶନର ପଚିଶ ଗୋଟି ସାଂଗଠନିକ ଜିଲ୍ଲାର ପରିଷଦ ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ l ଆଜିର ପରିଷଦ ବୈଠକକୁ ପୁରୀ ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ସୁସାହିତ୍ୟିକ ଶଙ୍କର୍ଷଣ ପରିଡ଼ା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ରାଜ୍ୟ ଫେଡରେଶନର ପୂର୍ବତନ ସଧାରଣ ସଂପାଦକ ଶେଖ୍ ଅବଦୁଲ୍ ଖାଲିକ୍ ସ୍ବାଗତ ଭାଷଣ ଦେଇଥିବା ବେଳେ ରାଜ୍ୟର ବରିଷ୍ଠ ଶିକ୍ଷକ ନେତ୍ରୀ ସୁଚିତ୍ରା ଦାଶ ଅତିଥି ପରିଚୟ ଓ ପୁରୀ ଜିଲ୍ଲା ସଂପାଦକ ରାମ ନାରାୟଣ ମିଶ୍ର ଆଭିମୁଖ୍ୟ ପ୍ରଦାନ କରିଥିଲେ l
ଶିକ୍ଷକମାନଙ୍କ ସମସ୍ୟା ଓ ସମ୍ବିଧାନର ବିଧି ବ୍ୟବସ୍ଥା ଉପରେ ବିଶେଷ ଆଲୋଚନା କରାଯାଇ ସଭାପତି ରମଣୀ ରଞ୍ଜନ ତ୍ରିପାଠୀ ସଭାପତି ପଦରୁ ଗତ ତିରିଶି ଜୁନ୍ ରେ ସାଂଗଠନିକ ଅଚଳ ଅବସ୍ଥାକୁ ଦେଖି ରାଜ୍ଯ ସଙ୍ଗଠନକୁ ଭଙ୍ଗ କରିଥିବା ପଦକ୍ଷେପକୁ ପରିଷଦ ଅନୁମୋଦନ କରି ନୂତନ କର୍ମକର୍ତ୍ତା ସର୍ବ ସମ୍ମତି କ୍ରମେ ଚୟନକରିଥିଲେ l ଆଜିର ନିର୍ବାଚନ ତତ୍ତ୍ୱାବଧାରକ ଭାବରେ ସର୍ବଶ୍ରୀ ଭ୍ରମରବର ରାଉତ, ଗୋବିନ୍ଦ ଚନ୍ଦ୍ର ସୂଆର , ପଦ୍ମନାଭ ବେହେରା ଓ ପୂର୍ବତନ ମହାସଚିବ ଅମୀୟ କୁମାର୍ ଦାଶ ଦାୟିତ୍ୱ ନିର୍ବାହ କରିଥିଲେ l
ରାଜ୍ୟ ଫେଡରେଶନର କର୍ମକର୍ତ୍ତା ଭାବରେ ଯଥାକ୍ରମେ ରମଣୀ ରଞ୍ଜନ ତ୍ରିପାଠୀ ସଭାପତି , ଉପସଭାପତି ଭାବରେ ଗୋବିନ୍ଦ ଚନ୍ଦ୍ର ରାଉତ, ସୁନୀଲ କୁମାର ବୋଡ, ରଞ୍ଜିତ କୁମାର ନାୟକ, ରାମ ନାରାୟଣ ମିଶ୍ର, ଲିଲିମା ପଟେଲ୍ ପ୍ରମୁଖ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବା ବେଳେ ଜ୍ୟୋତିରଂଜନ ଦାଶ ମହାସଚିବ ଓ ଆଞ୍ଚଳିକ ସଂପାଦକ ଭାବରେ ପ୍ରଦୀପ୍ତ କୁମାର୍ ମିଶ୍ର, ବିଧୁଭୂଷଣ ନାୟକ, ଭୃକୁଟି ଗୌଡ଼, ଅନୁସୂୟା ଦେବୀ ଓ ସଞ୍ଜୟ କୁମାର୍ ମିଶ୍ର ପ୍ରମୁଖ ମନୋନୀତ ହୋଇଛନ୍ତି l ସେହିପରି ରାଜ୍ଯ ଫେଡରେଶନର କୋଷାଧ୍ୟକ୍ଷ ଭାବରେ ସନାତନ ପଟ୍ଟନାୟକ ମନୋନୀତ ହେଲେ l ଅନ୍ୟତମ ନିର୍ବାଚନ ତତ୍ତ୍ୱାବଧାରକ ପଦ୍ମନାଭ ବେହେରା ସଭିଙ୍କୁ ଶପଥ ପାଠ କରାଇଥିଲେ l ପରିଶେଷରେ ନୟାଗଡ଼ ଜିଲ୍ଲା ସଂପାଦକ ଭକ୍ତ ରଞ୍ଜନ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l

No Result
View All Result