
ଏ ବର୍ଷ ସାରସ୍ଵତ ଶିଶୁ ସମାଚାର ସାରସ୍ଵତ ସାଧନା ପୁରସ୍କାର ପାଇବେ ମାନସ ରଂଜନ ସାମଲ
୦୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଓଡ଼ିଶାର ପ୍ରଥମ ଶିଶୁ ସମ୍ବାଦ ପତ୍ର ଶିଶୁ ସମାଚାର ତାର ସପ୍ତଦଶ ସ୍ଵନକ୍ଷତ୍ର ଉତ୍ସବ ପାଳନ କରିବାକୁ ଯାଉଛି । ଏହି ସ୍ୱ ନକ୍ଷତ୍ର ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଅନୁଷ୍ଠାନ ତରଫରୁ ନୂଆପାଟଣା ,ଗୋରୁଆଳ ଠାରେ ଥିବା ଓଡ଼ିଶା ଚାରୁ ଓ କାରୁ କଳା ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପୋଣ କାର୍ଯ୍ୟକ୍ରମ ‘ଗଛ ପାଇଁ ମୁଁ ବଞ୍ଚିଛି ‘ ଆୟୋଜିତ ହୋଇଯାଛି । ଅନୁଷ୍ଠାନର ୧୭ ବର୍ଷ ପୂର୍ତ୍ତି ଅବସରରେ ଏହାକୁ ସ୍ମରଣୀୟ କରିବା ପାଇଁ ମହାବିଦ୍ୟାଳୟ ପରିସରରେ ୧୭ ଟି ଫୁଲ ଗଛ ଚାରା ରୋପଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଉତ୍ସବ କମିଟି କର୍ମକର୍ତ୍ତା, ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ତଥା ମାନ୍ୟଗଣ୍ୟା ବ୍ୟକ୍ତି ମାନେ ଉପସ୍ଥିତି ଥିଲେ । ଏହି ଅବସରରେ ଅଗଷ୍ଟ ଦଶ ତାରିଖ ଦିନ ପୌର ସଦନ ଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଶ୍ରୀଯୁକ୍ତ ମାନସ ରଂଜନ ସାମଲଙ୍କୁ ଶିଶୁ ସମାଚାର ସାରସ୍ଵତ ସାଧକ ସମାନ ଓ ବେଦାଂଶି ପରିଡାଙ୍କୁ ଶିଶୁ ସମାଚାର ଶିଶୁ ପ୍ରତିଭା ସମ୍ମାନ , ଡାକ୍ତର ହରିବଲଭ ମହାପାତ୍ରଙ୍କୁ ଶିଶୁ ସମାଚାର ସେବା ସମ୍ମାନ ପ୍ରଦାନ କରାଯିବ ବୋଲି ଉତ୍ସବ କମିଟି ଅଧ୍ୟକ୍ଷ ଶ୍ରୀ ସିଦ୍ଧାର୍ଥ ରାୟ ଘୋଷଣା କରିଥିଲେ ।















