No Result
View All Result
୦୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଚିଲିକା ବ୍ଲକ ଅନ୍ତର୍ଗତ ଗଇନଡା କ୍ଲଷ୍ଟର ଅନ୍ତର୍ଗତ ପରବଳ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଦମୟନ୍ତୀ ବିଶ୍ଵାଳଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚିଲିକା ମଣ୍ଡଳ ଶିକ୍ଷାଧିକାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀଧର ବିଦ୍ୟାପୀଠ, ହରିପୁର ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀହର୍ଷ ନାୟକ, ପ୍ରାକ୍ତନ ଚିଲିକା ବ୍ଲକ ର ସହକାରୀ ଶିକ୍ଷାଧିକାରୀ ମିନତି ଶତପଥୀ, ଦାଶରଥି ଉଚ୍ଚ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପଣ୍ଡିତ ରାୟ, ଜିଲ୍ଲା ଶିକ୍ଷକ ସଂଘ ର ସମୂହ ପ୍ରସନ୍ନ କୁମାର ହରିଚନ୍ଦନ, ଚିଲିକା ବ୍ଲକ ସେବା ନିଵ୍ରୃତ୍ତ ପ୍ରାଥମିକ ଶିକ୍ଷକ ସଂଘ ର ସମ୍ପାଦକ ବିରଞ୍ଚି ନାରାୟଣ ପ୍ରସାଦ ନାୟକ,

କଇଥପଲ୍ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୀତା କାନ୍ତ ନନ୍ଦ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, ଚିଲିକା ବ୍ଲକ ଶାଖା ର ସମ୍ପାଦକ ରତ୍ନାକର ଦାଶ ପ୍ରମୁଖ ଯୋଗଦେଇ ଵିଦାୟୀ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଛାତ୍ର ଵତ୍ସଳତା ଓ କର୍ମ ଦକ୍ଷତା ର ଭୂୟସୀ ପ୍ରଶଂସା କରିଥିଲେ । ବିଦ୍ୟାଳୟ ର ସହକାରୀ ଶିକ୍ଷକ ପ୍ରସନ୍ନ କୁମାର ସେଠୀ, ଶିକ୍ଷୟିତ୍ରୀ ବନ୍ଦିତା ବଳବନ୍ତରାୟ ତଥା ପରିଚାଳନା କମିଟି ସଭ୍ୟ ସଭ୍ୟା ଏହି କାର୍ଯ୍ୟକ୍ରମ ରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ପ୍ରାରମ୍ଭରେ କବି ଶିବ ପ୍ରସାଦ ତ୍ରିପାଠୀ ବେଦମନ୍ତ୍ର ଉଚ୍ଚାରଣ ସହ ଵିଦ୍ୟାଦାତା ଶ୍ରୀ ଗଣେଶଙ୍କ ବିଗ୍ରହ ରେ ପୁଷ୍ପ ମାଲ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରି ଥିଲେ ।

No Result
View All Result