No Result
View All Result
୩୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୟୂରଭଞ୍ଜ :-> ଶିମିଳିପାଳ ଜୈବମଣ୍ଡଳ ର ଆୟତନ ୨୭୫୦ ବର୍ଗ କି.ମି ତନ୍ମଧ୍ୟରୁ ୩୦୩ ବର୍ଗ କି.ମି ହେଉଛି ଆଭ୍ୟନ୍ତରୀଣ ଅଞ୍ଚଳ ଯାହାକି ଭାରତ ର ଏକ ପ୍ରସିଦ୍ଧ ଅଭୟାରଣ୍ୟ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଜାତୀୟ ଉଦ୍ୟାନ ଅଟେ। ସବୁଜ ବନାନୀ, ନଭଶ୍ଚୁମ୍ବୀ ପର୍ବତ, ଭାସ୍ୟ ମାନ ମେଘମାଳା ଓ କଳ କଳ ନାଦ କରି ବୋହି ଯାଉଥିବା ଝରଣା ଏଠାରେ ଏକ ମନୋରମ ପରିବେଶ ସୃଷ୍ଟି କରିଥାଏ। ଏଠାରେ ବିଭିନ୍ନ ପ୍ରଜାତି ର ପ୍ରାଣୀ ଓ ଉଦ୍ଭିଦ ଦେଖିବାକୁ ମିଳେ ତନ୍ମଧ୍ୟରୁ ୧୦୭୬ ପ୍ରଜାତି ର ସ୍ତନ୍ୟପାୟୀ ପ୍ରାଣୀ, ୨୩୧ ପ୍ରଜାତି ର ପକ୍ଷୀ, ୨୯ ପ୍ରଜାତି ର ସରୀସୃପ ଅଟନ୍ତି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ମୟୂରଭଞ୍ଜର ବୈଶିଷ୍ଟ୍ୟ ଓ ଗର୍ବ ଅଟେ। କେବଳ କଳା ବାଘ ସାରା ବିଶ୍ୱରେ ମେଲାନିକ୍ ବାଘଙ୍କ ପାଇଁ ଏକମାତ୍ର ଆବାସସ୍ଥଳୀ ଭାବେ ପରିଗଣିତ।

ଏହି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଅନେକ ଅଧିକାରୀ ଓ ସ୍ଥାୟୀ କର୍ମଚାରୀ ଏବଂ ଅସ୍ଥାୟୀ କର୍ମଚାରୀ ମାନେ ନିରନ୍ତର କାର୍ଯ୍ୟ କରୁଥିବା ବେଳେ, ହିମାଂଶୁ ମହାନ୍ତଙ୍କ କାର୍ଯ୍ୟ ଏକ ନିଶ୍ଚିତ ଦୃଷ୍ଟିକୋଣରେ ବିଶେଷ ସ୍ଥାନ ଅଧିକାର କରିଛନ୍ତି। ଦିଲ୍ଲୀରେ ବିଶ୍ଵ ବ୍ୟାଘ୍ର ଦିବସ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଉଲ୍ଲେଖ ହୋଇଥିଲା। କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପିନ୍ଦର ୟାଦବ ମୁଖ୍ୟ ଅତିଥି ଥିଲେ ଓ ସେ ହିମାଂଶୁ ମହାନ୍ତଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହା ମାତ୍ର ହିମାଂଶୁଙ୍କ ପାଇଁ ଏକ ବଡ଼ ଗୌରବ ନୁହେଁ, ସମଗ୍ର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଏବଂ ସମଗ୍ର ମୟୂରଭଞ୍ଜ ପାଇଁ ମଧ୍ୟ ଏକ ମାତ୍ରା ଉତ୍ସାହ ରୂପେ ଥିଲା।

ହିମାଂଶୁ ମହାନ୍ତ ମଧ୍ୟ ଅନ୍ୟାନ୍ୟ ଫରେଷ୍ଟ ଗାର୍ଡଙ୍କ ସହିତ ମିଶି ଏହି ପ୍ରକଳ୍ପରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସୁଛନ୍ତି। ସେମାନଙ୍କ କାର୍ଯ୍ୟ କେବଳ ବାଘ ମାନଙ୍କୁ ପୋଚିଂ ଓ ଅନ୍ୟାନ୍ୟ ବିପଦରୁ ରକ୍ଷା କରିବା ନୁହେଁ, ବରଂ ସେମାନଙ୍କ ପାଇଁ ନିରାପଦ ବାସସ୍ଥାନ ଏବଂ ସେମାନଙ୍କ ଅଭିବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ତାଙ୍କ ଗତି ବିଧିକୁ ଟ୍ରାକ ରଖନ୍ତି। ଶିମିଳିପାଳ ବିଶ୍ଵର ଅନ୍ୟତମ ବୃହତ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ହେବା ସତ୍ତେ, ଏହାର ଚ୍ୟାଲେଞ୍ଜ ଅନେକ ଅଟେ। ଜୈବ ବିବିଧତା ରକ୍ଷା କରିବା ଏବଂ ବାଘ ପରି ବିଲୁପ୍ତ ହେଉଥିବା ପ୍ରଜାତିମାନଙ୍କ ଭବିଷ୍ୟତ ନିଶ୍ଚିତ କରିବା ପାଇଁ ସେମାନଙ୍କର ପ୍ରୟାସ ନିଶ୍ଚିତ ଭାବେ ଜାରି ରହିବ।
ମୟୂରଭଞ୍ଜ, ବାରିପଦାରୁ -ଗୌର ଦାସଗିରି

No Result
View All Result