No Result
View All Result
୨୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଓସେପା କାର୍ଯ୍ୟାଳୟରୁ ଆଭାସୀ ପଦ୍ଧତିରେ ଭୋକେସନାଲ ଓ ଡିଜିଟାଲ ଦକ୍ଷତା ଉପରେ ଶୁକ୍ରବାର ଦିନ ପ୍ରଦାନ କରାଯାଇଥିବା ଶିକ୍ଷା ସଂପୁର ସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ବିଦ୍ୟାର୍ଥୀ ଗ୍ରହଣ କରିଥିଲେ । ଉକ୍ତ ଶିକ୍ଷାଦାନ ଉପରେ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀମାନଙ୍କୁ ବ୍ୟାଖ୍ୟା କରିଥିଲେ ।ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ତତ୍ତ୍ୱାବାଧାନରେ ବିଦ୍ୟାର୍ଥୀମାନଙ୍କୁ ପନିପରିବା ଚାଷ ଓ ଟେଲରିଙ୍ଗ ଉପରେ ଶିକ୍ଷକ ବିଚିତ୍ର ଘଡ଼େଇ, କାରିଗରୀ ଓ ହସ୍ତ ଶିଳ୍ପ ଉପରେ ବିଭୁ ପ୍ରସାଦ ମହାପାତ୍ର, କାଠରେ ସାମଗ୍ରୀ ନିର୍ମାଣ ଓ ବୈଦ୍ୟୁତିକ କାର୍ଯ୍ୟ ସମ୍ପର୍କରେ ଦୀପ୍ତିରଞ୍ଜନ ଦାସ,

ଜେଲି ଏବଂ ଆଚାର ପ୍ରସ୍ତୁତି ବିଷୟରେ ଶିକ୍ଷୟିତ୍ରୀ ଶୈବାଳାକା ମଲ୍ଲିକ, ଅଟୋମୋବଇଲ କାର୍ଯ୍ୟ ଓ ଜଟିଳ ଅଙ୍କ କଷିବା ଉପରେ ସ୍ଵର୍ଣଲତା ପ୍ରଧାନ, କମ୍ପୁଟରର ବିଭିନ୍ନ ଅଂଶ ଚିହ୍ନଟ ଓ ଏକସେଲ ସିଟ ଆଦି ପ୍ରସ୍ତୁତି ସମ୍ବନ୍ଧରେ ବିଶ୍ୱଜିତ ସରୋଜ କୁମାର ଓ ସମ୍ବିତ କେଦାର କର ଶିକ୍ଷା ପ୍ରଦାନ କରିଥିଲେ । ତାପରେ ବରିଷ୍ଠ ଵିଭାଗରେ ଶିକ୍ଷୟିତ୍ରୀ ସ୍ମିତାସିନ୍ଧୁ ମହାପାତ୍ର ଓ ନମିତା ସାହୁ,ସୌଦାମିନୀ ପରିଡ଼ା ଓ କନିଷ୍ଠ ବିଭାଗରେ ଶିକ୍ଷକ ଅଂଶୁମାନ ଧଳ, ଶିକ୍ଷୟିତ୍ରୀ ସୌଦାମିନି ସୁବୁଦ୍ଧି, ଶ୍ରୋତାଲିନି ସାହୁ ପ୍ରତିଯୋଗିତା ପରିଚାଳନା କରିଥିଲେ ।

ବରିଷ୍ଠ ବିଭାଗରେ ବ୍ୟବସାୟିକ ଦକ୍ଷତାରେ ଶୁଭମ୍ଭବ ରାଉତ, ପ୍ରାଥମିକ ଚିକିତ୍ସାରେ ରାକେଶ କୁମାର ସାହୁ, ଆବର୍ଜନାରୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରସ୍ତୁତିରେ ଶୁଭଙ୍କର ପୃଷ୍ଟି, ମୃତ୍ତିକାରୁ ସାମଗ୍ରୀ ନିର୍ମାଣରେ ଓମ ପ୍ରକାଶ ସାଥୁଆ ପ୍ରଥମ ହୋଇଥିବା ବେଳେ କନିଷ୍ଠ ବିଭାଗରେ ବ୍ୟବସାୟିକ ଦକ୍ଷତାରେ ସ୍ଥିତି ସଂପୂର୍ଣ୍ଣା ଦାସ ପ୍ରଥମ ସ୍ଥାନ ଅଧିକାର କରିଥିଲେ । କାର୍ଯକ୍ରମ ପରିଚାଳନାରେ ଶିବ ପ୍ରଧାନ ଓ ସ୍ନେହଲତା ପାଇକରାୟ ସହଯୋଗ କରିଥିଲେ । 
No Result
View All Result