No Result
View All Result

୨୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ମହାପ୍ରଭୁ ଙ୍କ ରଥଯାତ୍ରା ଶେଷ ହୋଇଗଲାଣି | ହେଲେ ପୌର ସଂସ୍ଥା ର ଖାମଖିଆଲି ମନୋଭାବ ଯୋଗୁଁ ସହରବାସୀ ଙ୍କୁ ମଶା କଲବଲ କଲେଣି |ରଥଯାତ୍ରା ସମୟରେ ବଡଦାଣ୍ଡ ଦୁଇ ପାର୍ଶ୍ୱ ରେ ଥିବା ଡ୍ରେନ ପାଖରେ ବାଲିବସ୍ତା ପଡିଥିଲା | ସୁନାବେଶ ପରଦିନ ଏହି ବାଲିବସ୍ତା ଗୁଡିକୁ କାଢ଼ିଦେବା ବଦଳରେ ପକାଇ ରଖା ଯାଇଛି | ଯାହାଫଳରେ ପାଣି, ପଙ୍କ, ସଢ଼େଇ, ଖଣ୍ଡିଆ ଟାୟାର ପଡି ମଶା ବଂଶ ବୃଦ୍ଧି ପାଇବା ସହରବାସୀ କହିଲେଣି | ରାସ୍ତା ଠାରୁ ଡ୍ରେନ ଦୁଇ ଫୁଟ ଉଚରେ ରହିଛି |

ଗହଳି ରେ ରଥଯାତ୍ରୀ ଙ୍କ ଗୋଡ ନ ବାଜିବା ପାଇଁ ଏହି ବାଲିବସ୍ତା ପଡିଥିଲା | ସେହି ବାଲିବସ୍ତା ରୁ ତିରିଶ ପ୍ରତିଶତ ବାଲିବସ୍ତା ଆଉ ନ ଥିବା ଦେଖିବାକୁ ମିଳୁଛି |କେତେବସ୍ଥା ବାଲି ବଡଦାଣ୍ଡ ରେ ପଡିଥିଲା, କେତେ ଟଙ୍କା ବିଲ ହୋଇଥିଲା, ବାଲି ଉଠାଇବା ପରେ ତାହା କେତେ ଟଙ୍କା ରେ ବିକ୍ରି ହେବ, ତାହା ସାଧାରଣ ଲୋକ ଙ୍କୁ ଅଗୋଚର ହୋଇ ରହିଛି |ସେହିପରି ବଡଦାଣ୍ଡ ବାରିକେଟ ଖାଲ ପୋତାହୋଇନାହିଁ |ବାଲିବସ୍ତା ଯୋଗୁଁ ରାସ୍ତା ପାଣି ଜମି ରହୁଛି | ପୌର ସଂସ୍ଥା, ଜାତୀୟ ରାଜପଥ ତୁରନ୍ତ ବାଲିବସ୍ତା କାଢ଼ିବା ସହ ରାସ୍ତା ସମତଳ କରିବା ପାଇଁ ସାଧାରଣ ରେ ଦାବୀ ତୀବ୍ରତର ହେଲାଣି |


No Result
View All Result