୨୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଟାଙ୍ଗୀ :-> ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶସ୍ତିକରଣ ବିଭାଗ ଓଡିଶା ସରକାର ପକ୍ଷରୁ ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକ ରେ ଭତ୍ତା ବଣ୍ଟନ କରାଯାଇଛି । ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପ୍ରତ୍ୟକ୍ଷ ତତ୍ବାବଧାନରେ ଟାଙ୍ଗୀ ବ୍ଳକ ଉନ୍ନୟନ ଅଧିକାରିଣୀ ରେସ୍ମା ଟେଟେ ଓ ବ୍ଳକ ଅଧକ୍ଷା ରିସ୍ମା ମାନଧାତାଙ୍କ ଉପସ୍ଥିତ ରେ ଭତ୍ତା ବଣ୍ଟନ କରାଯାଇଛି । ଟାଙ୍ଗୀ ବ୍ଳକ ର ୨୬ ପଂଚାୟତର ୨୭୨ ଜଣ ନୂତନ ହିତାଧିକାରୀଙ୍କୁ ବିଧାୟକ ଭତ୍ତା ବଣ୍ଟନ କରିଥିଲେ । ବ୍ଳକରେ ଥିବା ବିଭିନ୍ନ ସମସ୍ୟା ବୁଲି ଦେଖିଥିଲେ ବିଧାୟକ ।















