No Result
View All Result
୨୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ରିଲାଏନ୍ସ ଡିଜିଟାଲ ପକ୍ଷରୁ କଟକର ବାଦାମବାଡି ସ୍ଥିତ ଲିଙ୍କ୍ରୋଡ୍ଠାରେ ଏହାର ନୂଆ ଷ୍ଟୋର୍ର ଶୁଭାରମ୍ଭ କରାଯାଇଛି । ୧୨,୦୦୦ ବର୍ଗଫୁଟ୍ ଅଂଚଳରେ ପରିବ୍ୟାପ୍ତ ଏହି ଟେକ୍ନୋଲୋଜି ଗନ୍ତବ୍ୟସ୍ଥଳୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ବିକ୍ରି ପରବର୍ତୀ ସେବା ପାଇଁ ସମର୍ପିତ ଇନ୍-ଷ୍ଟୋର ସହାୟତା ପାଇଁ ଏକ୍ସପର୍ଟ ଟେକ୍ ସ୍କ୍ୱାଡ ଓ ରେସ୍କ୍ୟୁ ସର୍ଭିସ୍ ଏକ୍ସପର୍ଟଙ୍କ ସହିତ ସର୍ବୋତମ ମୂଲ୍ୟରେ ଏକ ବିସ୍ତୃତ ଶୃଙ୍ଖଳାର ନୂତନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପ୍ରଦାନ କରୁଛି । ଦ୍ରୁତ ଡେଲିଭରି ଓ ଇନ୍ଷ୍ଟଲେଶନ ସହିତ ଗ୍ରାହକମାନେ ବିନା କୌଣସି ବିଳମ୍ବରେ ନିଜ ପସନ୍ଦର ଟେକ୍ନୋଲୋଜି ହାସଲ କରିପାରିବେ ।

ଏହି ଉଦଘାଟନୀ ଅବସରରେ ରିଲାଏନ୍ସ ଡିଜିଟାଲର ରିଜୋନାଲ ଅପରେସନ ସେଲସ ମୁଖ୍ୟ ଶ୍ରୀ ରାଜୀବ ଦାସ, କ୍ଲଷ୍ଟର ମ୍ୟାନେଜର ଶ୍ରୀ ବିଶ୍ୱଜିତ ସାହୁ, ଓଲିଉଡ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଏବଂ ଅଭିନେତା ଶୈଳେନ୍ଦ୍ର ସାମନ୍ତରାଏ ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରାହକମାନେ ଏହି ନୂତନ ଷ୍ଟୋର୍ରେ ୟର୍ଲି ବାର୍ଡ ଅଫର୍ ସମେତ ଅଗ୍ରଣୀ ବ୍ୟାଙ୍କ କାର୍ଡଗୁଡିକ ଉପରେ ୧୦% ପର୍ଯ୍ୟନ୍ତ କ୍ୟାଶବ୍ୟାକ ଉପଭୋଗ କରିପାରିବେ । ରିଲାଏନ୍ସ ଡିଜିଟାଲ ୫୦୦ରୁ ଅଧିକ ଆନ୍ତର୍ଜାତୀୟ ଓ ଜାତୀୟ ବ୍ରାଣ୍ଡରୁ ୨୦୦୦ରୁ ଅଧିକ ଉତ୍ପାଦ ପ୍ରଦାନ କରୁଛି । ଏଥିରେ ନୂଆ ସ୍ମାର୍ଟଫୋନ୍, ସ୍ମାର୍ଟ ଟିଭି, ୱାଶିଙ୍ଗ ମେଶିନ, ରେଫ୍ରିଜରେଟର, ହୋମ୍ ଥିଏଟର, ଡିଜିଟାଲ କ୍ୟାମେରା,
ଲାପଟପ, ଆକ୍ସେସରି ଓ ଅନ୍ୟାନ୍ୟ କ୍ଷୁଦ୍ର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ସମେତ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଓ ହୋମ୍ ଆପ୍ଲାଏନ୍ସଗୁଡିକର ଏକ ସମ୍ପୂର୍ଣ୍ଣ ଶୃଙ୍ଖଳା ସାମିଲ ରହିଛି । ‘ପର୍ସନାଲାଇଜିଂ ଟେକ୍ନୋଲୋଜି’ର ଉଦ୍ଦେଶ୍ୟ ପ୍ରତି ବାସ୍ତବ ରହି, ରିଲାଏନ୍ସ ଡିଜିଟାଲ ସୁଲଭ ମୂଲ୍ୟରେ ଗ୍ରାହକଙ୍କ ପାଇଁ ଟେକ୍ନୋଲୋଜି ବିକଳ୍ପଗୁଡିକର ଏକ ଦୁନିଆ ଆଣିବାକୁ ଲକ୍ଷ୍ୟ ରଖିଛି । ସହଜ ଇଏମ୍ଆଇ ସମେତ ଏକାଧିକ ଋଣ ବିକଳ୍ପ ସହିତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଅତୁଳନୀୟ ମୂଲ୍ୟ ପ୍ରଦାନ କରି ରିଲାଏନ୍ସ ଡିଜିଟାଲ ପ୍ରତ୍ୟେକ ଗ୍ରାହକଙ୍କୁ ସେମାନଙ୍କର ଜୀବନଶୈଳୀ ସହ ମେଳ ଖାଉଥିବା ଉପଯୁକ୍ତ ଟେକ୍ନୋଲୋଜି ସନ୍ଧାନ କରିବାରେ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିଛି ।

No Result
View All Result