No Result
View All Result
୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ନିର୍ବାଚନ ମଣ୍ଡଳୀର ବେଗୁନିଆ ଓ ବୋଲଗଡ ବ୍ଲକ ପାଇଁ କାର୍ଯ୍ୟରତ ସ୍ଵତନ୍ତ୍ର ଗୁଇନ୍ଦା ସଂସ୍ଥା ଉପନୀରିକ୍ଷକ ବସନ୍ତ କୁମାର ଦାଶଙ୍କ ବିୟୋଗରେ ବେଗୁନିଆ ମିଡ଼ିଆ ହାଉସ ପକ୍ଷରୁ ସିକୋ ସ୍ଥିତ ମା ତାରା ଦେଇଙ୍କ ପୀଠରେ ଶୋକସଭା ଅନୁଷ୍ଠିତ ହୋଇଛି । ଏଥିରେ ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ତଥା ସାମ୍ବାଦିକ ଭଗବାନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସମସ୍ତ କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ଦିବଂଗତ ଶ୍ରୀ ଦାଶଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
ପରେ ସ୍ୱର୍ଗତ ଶ୍ରୀ ଦାଶ କାର୍ଯ୍ୟ କରୁଥିବା ସମୟରେ ସମସ୍ତ ସାମ୍ବାଦିକ ମାନଙ୍କ ସହ ଭାବ ବିନିମୟ କରିବା ସହ ନିରବିଛିନ ଭାବେ ସୁସମ୍ପର୍କ ରଖିଥିଲେ। ତାଙ୍କ ମୃତ୍ୟୁରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି । ଏତଦ୍ ବ୍ୟତୀତ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

No Result
View All Result