No Result
View All Result
୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ଜିଲ୍ଲା ସ୍ବେଛାସେବୀ ସଙ୍ଗଠନ ସାମୁଖ୍ୟ ଦି ବେଲ୍ ୟୁଥ୍ କ୍ଲବ୍ ତରଫରୁ ରଥ ଯାତ୍ରା ଅବସରରେ ସ୍ଵତନ୍ତ୍ର ସେବା ଶିବିର ଆୟୋଜନ କରାଯାଇଥିଲା।ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଏହି ସେବା କାର୍ଯ୍ୟରେ ଅନୁଷ୍ଠାନ ତରଫରୁ ୫୦ ରୁ ଉର୍ଦ୍ଧ୍ବ ଯୁବ ସ୍ବେଛାସେବୀ ନିୟୋଜିତ ଥିଲେ ।

ରଥ ଯାତ୍ରା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଦିର୍ଘ୍ ନଅ ଦିନ ଧରି ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଆସୁଥିବା ଭିନକ୍ଷମ ଓ ବରିଷ୍ଠ ନାଗରିକ ମାନଙ୍କୁ ହୁଇଲ ଚେୟାର ସହାୟତା ଯୋଗାଇ ଦିଆ ଯିବା ସହିତ ଆଡ଼ପ ମଣ୍ଡପରେ ସ୍ଵତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିଲା।ସେହି ପରି ପୁରୀ ରେଲଷ୍ଟେସନ ଠାରେ ନଅ ଦିନ ଧରି ପୁରୀ କୁ ଦର୍ଶନ ପାଇଁ ଆସିଥିବା ଦିବ୍ୟାଂଗ ଓ ବରିଷ୍ଠ ରେଳ ଯାତ୍ରୀ ମାନଙ୍କୁ ଆଗମ ଓ ନିଗମ ସୁବିଧା ଦେବା ପାଇଁ ୨୪ ଘଣ୍ଟିଆ ହୁଇଲଚେୟାର ସେବା ଯୋଗାଇ ଦିଆ ଯାଇଥିଲା ।

No Result
View All Result