No Result
View All Result

୧୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଖୋଲିଲା ଭିତର ରତ୍ନ ଭଣ୍ଡାର। ନିର୍ଦ୍ଧାରିତ ସମୟ ୯ଟା ୫୧ରେ ଖୋଲିଲା ରତ୍ନଭଣ୍ଡାର। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସହ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀଙ୍କ ସମେତ ୧୧ଜଣିଆ ଟିମ୍ଙ୍କ ଉପସ୍ଥିତିରେ ଭଣ୍ଡାର ଖୋଲାଯାଇଛି। ଏସଓପି ଅନୁସାରେ ରତ୍ନ ଅଳଙ୍କାର ସ୍ଥାନାନ୍ତର ହେବ ବୋଲି ନିଷ୍ପତ୍ତି ହୋଇଛି। ଏହି ସମୟରେ ପୁରୀ ରାଜା ଗଜପତି ମହାରାଜ ମଧ୍ୟ ଆସିପାରନ୍ତି ବୋଲି ଜଷ୍ଟିସ ରଥ ସୂଚନା ଦେଇଥିଲେ। ତେବେ ସୂଚନାନୁସାରେ ଗଜପତି ପୁରୀରେ ପହଞ୍ଚି ସାରିଛନ୍ତି। ଆଉ କିଛି ସମୟ ପରେ ସେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଦେଇ ଭିତରେ ପ୍ରବେଶ କରିବେ।ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦ୍ୱିତୀୟ ଥର ପାଇଁ ଗୁରୁବାର ଖୋଲିଛି। ସେହିପରି ଗୁରୁବାର ସକାଳ ୮ଟା ପରେ ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲାଗିଛି।
କେବଳ ଅଧିକୃତ ବ୍ୟକ୍ତି ଓ ସେବା ନିୟୋଜିତ ସେବକମାନେ ମନ୍ଦିର ପ୍ରବେଶ କରିଛନ୍ତିରତ୍ନଭଣ୍ଡାର ଖୋଲିବାକୁ ନିର୍ଦେଶିତ କମିଟି ସଦସ୍ଯ ମାନେ ଆଜି ସକାଳୁ ସିଂହଦ୍ବାର ସମ୍ମୁଖରେ ରଥାରୂଢ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ଏହା ପରେ ସମସ୍ତେ ଏକାଠି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ମା ବିମଳା, ମା ଲକ୍ଷ୍ମୀଙ୍କ ସହ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିବା ପରେ ପାରମ୍ପରିକ ଧୋତି ଗାମୁଛା ପରିଧାନ କରିଥିଲେ ସମସ୍ତ କମିଟି ସଦସ୍ଯ ଏବଂ ଶୁଭ ମୁହୂର୍ତ୍ତ ଦିନ 9.51 ମିନିଟ୍ ସମୟରେ ଭଣ୍ଡାରକୁ ପ୍ରବେଶ କରିଥିଲେ। ଟ୍ରେଜେରୀରୁ ଆସିଥିବା ଚାବିରେ ଭଣ୍ଡାର ଖୋଲାଯିବା ସହ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗଜପତି ମହାରାଜ ମଧ୍ଯ ନିଜେ ଉପସ୍ଥିତ ରହିଥିଲେ ।
ସୂଚନା ଯୋଗ୍ଯ ଯେ, ଗତ 14 ତାରିଖ ଦିନ ଭିତର ଭଣ୍ଡାର ମୁଖ୍ୟ ଦ୍ବାରରେ ଲାଗିଥିବା 3ଟି ଯାକ ତାଲା ଟ୍ରେଜେରୀରୁ ଆସିଥିବା ଦୁଇଟି ଚାବିରେ ନ ଖୋଲିବାରୁ ତାଲାଗୁଡିକୁ ଭାଙ୍ଗି କମିଟି ପ୍ରବେଶ କରିଥିଲେ । କିନ୍ତୁ ସମୟ ଅଭାବରୁ ସ୍ଥାନାନ୍ତର ପ୍ରକ୍ରିୟା ସମ୍ଭବପର ହୋଇ ପାରି ନଥିଲା । ସେହିଦିନ ଭିତର ଭଣ୍ଡାର ଦ୍ବାରରେ ଭଙ୍ଗାଯାଇଥିବା 3ଟି ଯାକ ତାଲା ଏବଂ ପୁରୁଣା ଦୁଇଟି ଚାବିକୁ ଜିଲ୍ଲା ଟ୍ରେଜେରିରେ ଜମା କରାଯାଇଛି । ଏଥି ସହିତ 2ଟି ନୂଆ ତାଲା ପକାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ କରି ତାହାର ଚାବିକୁ ମଧ୍ୟ ଟ୍ରେଜେରିରେ ଜମା କରାଯାଇଥିଲା । ସେହି ନୂଆ ତାଲାର ଚାବି ଟ୍ରେଜେରିରୁ ଆଣି ଭଣ୍ଡାର ଖୋଲାଯାଇଛି ।
No Result
View All Result