No Result
View All Result
୧୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ମା’ପାଇଁ ଗଛଟିଏ କାର୍ଯ୍ୟକ୍ରମକୁ ବୋଲଗଡ଼ ଭାରତୀୟ ଜନତା ପାର୍ଟୀ ଯୁଦ୍ଧକାଳୀନ ଭିତ୍ତିରେ ବ୍ୟାପକ ଗଛ ଲଗାଇ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛି । ଏହି ଅବସରରେ ବିଭିନ୍ନ ଔଷଧୀୟ ଜାତୀୟ ବୃକ୍ଷ ତଥା ଲିମ୍ବ, ଅଁଳା, ବାହାଡା, ହରିଡା, କରଞ୍ଜ, ଶାଳ, ପିଆଶାଳ, କୁରୁମ,ଶାଗୁଆନ,ବେଲ ଓ ଆମ୍ଭ ପ୍ରଭୃତି ଗଛ ଗୁଡିକ ଦୀର୍ଘ ୧୫ଦିନ ଧରି ବୋଲଗଡ଼ ବ୍ଲକର ବିଭିନ୍ନ ପୋଖରୀ ହୁଡା, ପତିତ ଅନବାଦୀ ଜମି, ବିଦ୍ୟାଳୟ ପରିସର ଓ ଜମିର ହୁଡାମାନଙ୍କରେ ରୋପଣ ଚାଲିଛି ।
ଚଳିତ ବର୍ଷ ୫ହଜାର ବୃକ୍ଷ ବିଜେପି ଦଳର କର୍ମୀମାନେ ଲଗାଇବାପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ପ୍ରକାଶ ଚନ୍ଦ୍ର ବିଜୁଳି, ସଂଯୋଜକ ରବୀନ୍ଦ୍ର କୁମାର ସୁବୁଦ୍ଧି, ଜିଲ୍ଲା ଓବିସି ମୋର୍ଚ୍ଚା ସମ୍ପାଦକ ଆର୍ତ୍ତବନ୍ଧୁ ପ୍ରଧାନ,ବନ୍ଧୁ ଭୋଳ,ରାଘବ ସ୍ୱାଇଁ, ସୋମନାଥ ମହାପାତ୍ର ପ୍ରମୁଖ ନେତୃତ୍ୱ ନେଉଛନ୍ତି । ଏହି ଅବସରରେ ଆଜି ଶିବାନୀ ଫୁଡ୍ସ କାରଖାନା ପରିସରରେ ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା ।

No Result
View All Result