No Result
View All Result
୧୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାରେ ମଦ ବନ୍ଦ ଦାବି ଜୋର ଧରିଲା. ମହିଳାମାନେ ଏକତ୍ରିତ ହୋଇ ମଦ ବିକ୍ରି ବନ୍ଦ ପାଇଁ ଶୋଭାଯାତ୍ରା କରି ମଦ ବ୍ୟବସାୟୀ ଓ ପ୍ରଶାସନକୁ ଚେତାବନୀ ଦେଇଛନ୍ତି. ଘଟଣାରୁ ପ୍ରକାଶ, ମୋହନା ବ୍ଲକର ବଡସିନ୍ଧବା ପଞ୍ଚାୟତରେ ମଦ ବନ୍ଦ ଦାବିରେ ଶତାଧିକ ମହିଳା ଶୋଭାଯାତ୍ରା କରିଥିଲେ. ଏହି ଶୋଭାଯାତ୍ରାରେ ବଡସିନ୍ଧବା ସରପଞ୍ଚ ପାର୍ବତୀ ପାଇକ ସାମିଲ ହୋଇଥିବା ବେଳେ ସବୁ ଗାଁର ମହିଳା ସଂଘ ଯୋଗ ଦେଇଥିଲେ |
ବଡସିନ୍ଧବା ପଞ୍ଚାୟତର ବଡସିନ୍ଧବା, ଦାରିଆମ୍ବ, ଚଢିଆପଦା, ଢେଙ୍କାସିନ୍ଧବା, କାଦମୂଳି, ଖାରିଗୁମ୍ମା, ରୁଆମ୍ବ, ଜାମଢ଼ିଅ ଓ ବାରିଆବନ୍ଧ ଆଦି ଗାଁରେ ଶୋଭାଯାତ୍ରା କରିବା ସହ ମଦ ବିକ୍ରି ନ କରିବା ପାଇଁ ତାଗିଦ କରିଥିଲେ | ଯଦି ପଞ୍ଚାୟତର ମଦ ବିକ୍ରି ହେଉଥିବା ନଜର ଆସେ ତେବେ କଡା ପଦକ୍ଷେପ ନେବାକୁ ଚେତାବନୀ ଦେଇଛନ୍ତି ମହିଳା ।
ମଦ ନ ପିଇବାକୁ ଲୋକଙ୍କୁ ସଚେତନ କରିବା ସହ ପ୍ରତ୍ୟେକ ପରିବାରରେ ମହିଳା ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ମଦ ପିଇବା ଦ୍ବାରା ଅକାଳରେ ଅନେକ ଲୋକଙ୍କ ଜୀବନ ଯାଉଛି । ଏଥିସହ ଅନେକ ପରିବାର ଛାରଖାର ହୋଇଥିବା ସହ ମଦ ପିଇ ଲୋକେ ବିଭିନ୍ନ ଭାବେ ଗଣ୍ଡଗୋଳ ଓ ହଣାକଟା ହେଉଛନ୍ତି.ତେଣୁ ଏଥିରୁ ଦୂରେଇ ରହିବାକୁ ସରପଞ୍ଚ ଆହ୍ବାନ ଦେଇ ସମ୍ପୃକ୍ତ ଅଞ୍ଚଳରେ ମଦ ବିକ୍ରି ପାଇଁ ଦାବି କରିଛନ୍ତି l

No Result
View All Result