୧୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବାଙ୍କୀ-ସିମୋର ପୂର୍ତ୍ତ ବିଭାଗ ରାସ୍ତା ଦୁଇ ମାସ ତଳେ କଲଭର୍ଟ ହୋଇଥିବା ସ୍ଥାନରେ ପିଚୁ କାର୍ଯ୍ୟ ହୋଇଥିଲା । ସେହି ଜାଗାର ପିଚୁ ଗୁଡ଼ିକ ଉଠି ଖାଲ ହୋଇଥିବାର ଦେଖିବାକୁ ମିଳୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ସୂଚନା ଅନୁଯାୟୀ ଏହି ରାସ୍ତା କାର୍ଯ୍ୟ ଆରମ୍ଭରୁ ବିନା ସୂଚନା ଫଳକରେ ନିର୍ମାଣ ହୋଇଥିବା ବେଳେ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି ତାହା ସର୍ବ ସାଧାରଣରେ ବର୍ତ୍ତମାନ ସୁଦ୍ଧା ସୂଚିତ କରାଯାଇ ନାହିଁ ।

କେବଳ କାର୍ଯ୍ୟ ସିମୋର ବଜାର ଠାରୁ ଭୋଗଡା ଗ୍ରାମର ବାଲୁଙ୍କେଶ୍ୱର ଦେବ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର କାର୍ଯ୍ୟ ହୋଇଛି । ତେବେ ଗଅଁପୁର- ଓସ୍ତପୁର ମଧ୍ୟରେ ଦୁଇଟି ସ୍ଥାନରେ ଦିନିଆରୀ-ଭୋଗଡା ବାଲୁଙ୍କେଶ୍ୱର ଦେବ ମନ୍ଦିର ମଧ୍ୟରେ ଗୋଟିଏ ସ୍ଥାନରେ ପିଚୁ ଉଠି ଗର୍ତ୍ତ ସୃଷ୍ଟି ହୋଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଠିକାଦାର ଜଣଙ୍କ କାର୍ଯ୍ୟ କିଭଳି ଭାବରେ କରିଥିବାର ଜଣା ପଡୁଛି ।















