୧୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ରୋଟାରୀ କ୍ଲବ ଭୁବନେଶ୍ବର ହେରିଟେଜ ତରଫରୁ ଆଜି ଛାତ୍ର ଛାତ୍ରୀମାନଙ୍କୁ ପରିବେଶର ସୁରକ୍ଷା ପାଇଁ ବନୀକରଣର ଆବଶ୍ୟକତା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ପ୍ରମୁଖ ବନପାଳ, ରୋଟାରିଆନ ବିନୋଦ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ପଦ୍ମଶ୍ରୀ ସାବରମତୀ ମୂଖ୍ଯ ବକ୍ତା ଭାବରେ ଯୋଗଦେଇ ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣ ଓ ରୋପିତ ବୃକ୍ଷର ଯତ୍ନ ନିଆଯିବାର ଆବଶ୍ୟକତା ସଂପର୍କରେ ଛାତ୍ର ଛାତ୍ରୀଙ୍କୁ ବୂଝାଇ ଥିଲେ।କ୍ଲବର ସଭାପତି ରୋଟାରିଆନ ବିଚିତ୍ରାନନ୍ଦ ନାୟକ ସ୍ବାଗତ ଭାଷଣ ଦେଇ ସ୍କୁଲ କର୍ତ୍ତୃପକ୍ଷଙ୍କର ଏତାଦୃଶ ମହନୀୟ କାର୍ଯ୍ୟକ୍ରମ ପାଇଁ ସହଯୋଗ କରିଥିବାରୁ ସାଧୁବାଦ ଜଣାଇଥିଲେ।
ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ ଙ୍କୁ ରୋଟାରିଆନ ବିନୋଦ କୁମାର ବୁଝାଇ କହିଥିଲେ ଯେ ପରିବେଶର ସନ୍ତୁଳନ ରକ୍ଷା ପାଇଁ ବୃକ୍ଷରୋପଣ ଅତ୍ୟନ୍ତ ଜରୁରୀ। ପ୍ରତିଟି ଛାତ୍ରଛାତ୍ରୀ ଅତି କମରେ ଗୋଟିଏ ବୃକ୍ଷରୋପଣ କରି ତାର ଯତ୍ନ, ମା ପିଲା ମାନଙ୍କର ଯତ୍ନ ଯେମିତି ନିଏ ସେହିପରି ଯତ୍ନ ନେବା ଉଚିତ୍। ଏହି କାର୍ଯ୍ୟକ୍ରମ ରେ ସ୍କୁଲର ସମ୍ପାଦକ ଫାଦର୍ ରିଚାର୍ଡ ଭାଜ୍, ପଦ୍ମଶ୍ରୀ ସାବରମତୀ ଓ ରୋଟାରିଆନ ବିନୋଦ କୁମାରଙ୍କୁ ରୋଟାରି କ୍ଲବ୍ ଭୁବନେଶ୍ୱର ହେରିଟେଜ୍ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ରୋଟାରିଆନ ଡକ୍ଟର ପି. ଶ୍ରୀନିବାସ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଏହା ପରେ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ମିଶି ସ୍କୁଲ ପରିସରରେ ଏକ ଶହ ବୃକ୍ଷ ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରୋଟାରିଆନ ଡ. ସତ୍ୟାନନ୍ଦ ନାୟକ, ଅଶୋକ କୁମାର ନନ୍ଦ, ରମେଶ ଚନ୍ଦ୍ର ଓଝା, ବସନ୍ତ କୁମାର ସାହୁ, ହରିଶ୍ଚନ୍ଦ୍ର ମହାନ୍ତି, ଫକୀର ଚରଣ ସ୍ୱାଇଁ, ପ୍ରଭାତ ନଳିନୀ ଜେନା ଓ ସହକାରୀ ପ୍ରାନ୍ତପାଳ ରୋଟାରିଆନ ଉମା ଶଙ୍କର ପଟ୍ଟନାୟକ ଯୋଗ ଦାନ କରିଥିଲେ। କଳୀଙ୍ଗବିହର କେ-୫ ର ଶ୍ରୁତି ମହିଳା ସମିତି ର ସଦସ୍ୟା ଲୋଭା ରାଣୀ ଜେନା, ଶାନ୍ତି ମହାନ୍ତି, ଡଲିରାଣୀ ପୃଷ୍ଟି, ପୁଷ୍ପାଞ୍ଜଳୀ ଦାସ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏଇ କାର୍ଯ୍ୟକ୍ରମରେ ସମ୍ବାଦ ସହିତ୍ୟଘର ତରଫ ରୁ ସାମ୍ବାଦିକା ହରପ୍ରିୟା ପୃଷ୍ଟି ସହଯୋଗ କରିଥିଲେ l














