୧୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଚାଲିଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସୁଛନ୍ତି । ଶ୍ରୀଗୁଣ୍ଡିଚା ଦିନ ଦଳଚକଟାରେ ଜଣେ ଭକ୍ତଙ୍କ ମୃତ୍ଯୁ ହୋଇଥିବା ଅଭିଯୋଗ ହୋଇଥିଲା । ବଡଦାଣ୍ଡର ମରଚିକୋଟ ଛକ ଲକ୍ଷ୍ମୀ କମ୍ଲେକ୍ସ ନିକଟରେ ୨ଟି ଦୁଇ ଫୁଟିଆ କଟା ବିଦ୍ୟୁତ ଖୁଣ୍ଟ ରହିଥିଲା । ସେହିପରି ଗୌଡିୟ ମଠ ନିକଟରେ ୧ଟି ଓ ବଳଗଣ୍ଡି ମାଜଣା ଜାଗା ସମ୍ମୁଖ ମଠ ନିକଟରେ ୧ଟି ଓ ଅନ୍ଯ ସ୍ଥାନରେ ୨ଟି କଟା ବିଦ୍ୟୁତ ଖୁଣ୍ଟ ରହିଥିଲା ।

ଏ ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ବିଜୟ ମିଶ୍ର ଓ ବରିଷ୍ଠ ଫଟୋ ସାମ୍ବାଦିକ ଡି.ପି ଗାଙ୍ଗୁଲି ବିଦ୍ୟୁତ ବିଭାଗ, ପୌରସଂସ୍ଥା, ଜାତୀୟ ରାଜପଥ ଓ ମୁଖ୍ଯମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବା ସହ ବିଭିନ୍ନ ଖବରକାଗଜ ଓ ଓଡ଼ିଶା ତାଜା ନ୍ୟୁଜ୍ ରେ ସମ୍ପର୍କିତ ଖବର ପ୍ରକାଶ କରିଥିଲେ ।















