୧୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ମଙ୍ଗଳବାର ସନ୍ଧ୍ଯାରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ସମୟରେ ପ୍ରଭୁ ଝୁଙ୍କି ପଡିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି ସହ ମୁଖ୍ଯ ପ୍ରଶାସକଙ୍କୁ ବହିଷ୍କାର ଦାବି କରିଛି ଶ୍ରୀଜଗନ୍ନାଥ ସେନା । ଏହାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସିଂହଦ୍ଵାର ଥାନାରେ ଏତଲା ଦେଇଛନ୍ତି ।

ଏହି ଘଟଣା କୋଟି କୋଟି ଭକ୍ତଙ୍କ ମନରେ ଧାର୍ମିକ ଆଘାତ ଦେଇଛି । ଏହି ଅଘଟଣର ତଦନ୍ତ କରାଯାଇ ଦୋଷୀକୁ ଦିଆଯାଉ । ପହଣ୍ଡି ସମୟରେ ମୁଖ୍ଯ ପ୍ରଶାସକ ପୁରୀରେ ଉପସ୍ଥିତ ନଥିଲେ । ଏହି ଘଟଣାରେ କେଉଁ ସେବକ ଓ ଅଧିକାରୀଙ୍କ ଦୋଷ ରହିଛି ତାଙ୍କୁ ଚିହ୍ନଟ କରାଯାଉ । ଏହି ଘଟଣାର ତଦନ୍ତ ଦାୟିତ୍ବ ହାଇକୋର୍ଟ ଜର୍ଜ କିମ୍ବା ଜିଲ୍ଲା ଜର୍ଜଙ୍କ ଦ୍ବାରା ବିଚାର ବିଭାଗୀୟ ତଦନ୍ତ କରାଯାଉ ।















