No Result
View All Result
ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବେଳେ ଅଘଟଣ
ଚାରମାଳ ଉପରେ ପଡ଼ିଗଲେ ବଳଭଦ୍ର ଠାକୁର
ସେବାୟତଙ୍କ ଗୋଡ଼ ଖସିଯିବାରୁ ଅଘଟଣ
ପହଣ୍ଡିରେ ସାମିଲ ଥିବା ୮ସେବାୟତ ଆହତ
ରଥରୁ ଓହ୍ଲାଇବା ବେଳେ ଖସିପଡ଼ିଲେ ବଳଭଦ୍ର ଠାକୁର
୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଶୁଣିଲେ ଦେହ କମ୍ପିଯାଉଛି , ଦେଖିଲେ ଛାତି ଫାଟିଯାଉଛି । ଶ୍ରୀଜିଉଙ୍କ ଆଡପ ବିଜେ ସମୟରେ ଘଟିଯାଇଛି ବଡ଼ ଅଘଟଣ । ପହଣ୍ଡି ସମୟରେ ମୁହଁମାଡ଼ି ପଡ଼ିଗଲେ ବଡ଼ଭାଇ ବଳଭଦ୍ର । ରଥରୁ ଓହ୍ଲାଇବାବେଳେ ଖସିପଡ଼ିଲେ ବଡ଼ଠାକୁର । ସେବାୟତମାନଙ୍କ ହାତରୁ ଚାରମାଳ ଆଗକୁ ହାମୁଡ଼େଇ ପଡ଼ିଗଲେ ମହାପ୍ରଭୁ। ରାତି ପ୍ରାୟ ସାଢେ ୮ଟା ସମୟରେ ସୁଦର୍ଶନଙ୍କ ପହଣ୍ଡି ସରିଥାଏ । ପରେପରେ ଆରମ୍ଭ ହୋଇଥିଲା ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି ।
ଚାରମାଳ ଉପରେ ମହାପ୍ରଭୁ ବଡ଼ଠାକୁରଙ୍କ ହଡ଼ପନାୟକ ସେବା ଓ ପତିମହାପାତ୍ରଙ୍କ ବନ୍ଦାପନା ନୀତି ସମ୍ପାଦନ କରାଯାଇଥିଲା । ଭାବର ଠାକୁର , ଜୀବନ୍ତ ଠାକୁରଙ୍କୁ ପହଣ୍ଡି କରି ଆଣୁଥିଲେ ସେବାୟତ । ଗୋଟି ପହଣ୍ଡିରେ ରଥ ଉପରୁ ଆଡପ ବିଜେ କରୁଥିଲେ ବଡ଼ଠାକୁର । ସମସ୍ତେ ବଡ଼ଠାକୁରଙ୍କ ଆଖିକୁ ଚାହିଁରହିଥିଲାବେଳେ ଘଟିଯାଇଥିଲା ବିରାଟ ଅଘଟଣ । ରଥ ଉପରୁ ଓହ୍ଲାଉ ଓହ୍ଲାଉ ହଠାତ ମୁହଁମାଡ଼ି ପଡ଼ିଯାଇଥିଲେ ବଡ଼ଠାକୁର !.
ସେବାୟତମାନଙ୍କ ହାତରୁ ଖସିଯାଇ ଚାରମାଳ ଆଗକୁ ହାମୁଡ଼େଇ ଖସିପଡ଼ିଥିଲେ । କେହିକିଛି ବୁଝିବା ଆଗରୁ ଶ୍ରୀମନ୍ଦିରର ମୁରବୀ , ରଥଯାତ୍ରାର ମୁରବୀ ମୁହଁମାଡ଼ି ତଳେ ଖସିପଡ଼ିଥିଲେ । ବରିଷ୍ଠ ସେବାୟତ କହିଛନ୍ତି ବନ୍ଦାପନା ପରେ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ପହଣ୍ଡି ସମୟରେ ଏକ ଡୋରକୁ ବନ୍ଦାଯାଇ ଥାଏ । ହେଲେ ବଡ଼ଠାକୁରଙ୍କ ପହଣ୍ଡି ସମୟରେ ଡୋରଟି ବନ୍ଧା ହୋଇନଥିବାରୁ ଏଭଳି ବଡ଼ ଅଘଟଣ ଘଟିଗଲା ।
ସେବାୟତଙ୍କ ଗୋଡ଼ ଖସିଯିବାରୁ ବଡ଼ଠାକୁରଙ୍କୁ ଧରିରଖିବା ସହଜ ହୋଇନଥିଲା । ମହାପ୍ରଭୁ ହେଉଛନ୍ତି ଭାବର ଓ ଜୀବନ୍ତ ଠାକୁର । ତାଙ୍କ ଇଚ୍ଛା ବିନା ପତ୍ରଟେ ବି ହଲେନାହିଁ । ତେବେ କାହିଁକି ମୁହଁମାଡ଼ି ପଡ଼ିଗଲେ ବଡ଼ ଠାକୁର ??? କିଛି ଅଶୁଭ ସଂକେତ ଦେଇଗଲେ ବି ମହାପ୍ରଭୁ ବଳଭଦ୍ର ??? ସଂସ୍କୃତି ବିଷାରଦଙ୍କ ମତରେ ଏଭଳି ବଡ଼ ଅଘଟଣ କିଛି ବଡ଼ ଅଶୁଭର ସଂକେତ ହୋଇପାରେ । ବୋଧହୁଏ ବଡଠାକୁରଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତିରେ କୌଣସି କମି ରହିଯାଇଥାଇପାରେ ବୋଲି ଗବେଷକ ମତ ଦେଇଛନ୍ତି !.

No Result
View All Result