
୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ଦଶପଲ୍ଲା ର ବହୁ ପ୍ରତିକ୍ଷୀତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହେବା ପାଇଁ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ର ଅନୁମୋଦନ ମିଳିଛି।ସୂଚନା ଅନୁଯାୟୀ ଦୀର୍ଘ ବର୍ଷ ଧରି ଦଶପଲ୍ଲା ରେ ପଡ଼ି ରହିଥିବା ବୃତଙ୍ଗ ଜଳ ସେଚନ ପ୍ରକଳ୍ପ ପାଇଁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଅକ୍ଲାନ୍ତ ପରିଶ୍ରମ ର ଫଳ ଆଜି ଦେଖିବାକୁ ମିଳିଛି । ବୃତ୍ତଙ୍ଗ ପ୍ରକଳ୍ପ କୁ ଅନୁମୋଦନ ନିମନ୍ତେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ ।















