No Result
View All Result
୦୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶରେ ଶନିବାର ଦିନ ସଂପୁର ସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ଵାଇଁଙ୍କ ଅଧ୍ୟକ୍ଷତା ଏବଂ ଆନ୍ତର୍ଜାତିକ ସବୁଜ ବାହିନୀ,ବୋଲଗଡ଼ ଶାଖାର ସେନାପତି ସାନନ୍ଦ କୁମାର ସାହୁଙ୍କ ସଂଯୋଜନାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବ ଅବସରରେ ପୂର୍ବରୁ ସରକାରୀ ଉଚ୍ଚ ବିଦ୍ୟାଳୟ,ବୋଲଗଡ଼ ସାଧନ କେନ୍ଦ୍ର ଅନ୍ତର୍ଗତ ୯ ଗୋଟି ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ସଂଯୋଜକ ବିଶ୍ଵରଞ୍ଜନ ସେଠୀଙ୍କ ତତ୍ତ୍ଵାବଧାନରେ ପରିବେଶ ଓ ଜଙ୍ଗଲ ସମ୍ପର୍କୀୟ ପ୍ରସଙ୍ଗ ଉପରେ ଚିତ୍ରାଙ୍କନ,ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବନ ମହୋତ୍ସବରେ ଖୋର୍ଦ୍ଧା ଜିଲ୍ଲା ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ପଣ୍ଡା ମୁଖ୍ୟ ଅତିଥି,ପରିବେଶବିତ ତଥା ଲକ୍ଷ୍ମଣରେଖା ସମ୍ପାଦକ ଧନେଶ୍ଵର ବିଧାର ମୁଖ୍ୟବକ୍ତା, ନିୟୁଜ ୭ ର ଜିଲ୍ଲା ପ୍ରତିନିଧି ଲୋହିତ ନାରାୟଣ ମହାପାତ୍ର,ସାଧନ କେନ୍ଦ୍ର ସଂଯୋଜକ ବିଶ୍ଵରଞ୍ଜନ ସେଠୀ ଏବଂ ପ୍ରାକ୍ତନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ମହାପାତ୍ର, ବନପାଳ ପ୍ରଦୀପ୍ତ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ସଭାପତି ଶ୍ରୀ ସ୍ଵାଇଁଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ‘ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା’ ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିବେଷିତ ହୋଇଥିଲା ।

ତାପରେ ଅତିଥିମାନେ ବୃକ୍ଷର ଉପାଦେୟତା,ସୁରକ୍ଷା ଏବଂ ଜଙ୍ଗଲ କ୍ଷୟର କୁପରିଣାମ ସମ୍ପର୍କରେ ଆଲୋକପାତ କରିଥିଲେ । ଅତିଥି,ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ କିସମର ୩୭ ଗୋଟି ବୃକ୍ଷ ରୋପଣ କରାଯାଇଥିଲା । ଶିକ୍ଷକ ଅଂଶୁମାନ ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବନରକ୍ଷୀ ଅର୍ପିତା ନାୟକ, ଅରୂପ ବେହେରା ଓ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ମାନେ ସହଯୋଗ କରିଥିଲେ ।


No Result
View All Result