No Result
View All Result
୦୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ ପକ୍ଷରୁ ଶନିବାର ଦିନ ସିଏମସି ୫୮ ନମ୍ବର ୱ।ର୍ଡ଼ ପ୍ରତାପନଗରୀ ସ୍ଥିତ ଧାକୁଲେଇ ବିଦ୍ୟା ପୀଠରେ , ୭୫ ବନ ମହୋତ୍ସବ ପାଳନ କରାଯାଇଥିଲା । ୱ।ର୍ଡ଼ ଅଫିସର ଚିତ୍ତରଞ୍ଜନ ପରିଡ଼ାଙ୍କ ତତ୍ୱ।ବଧନରେ ଆୟୋଜିତ ବନ ମହୋତ୍ସବରେ ସିଏସମିର ଡେପୁଟି କମିଶନର ଶୁଭଶ୍ରୀ ତ୍ରିପାଠୀ , କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ,

ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ଧାକୁଲେଇ ବିଦ୍ୟା ପୀଠର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ମହାରଣା, ଯୁବ ସମାଜସେବୀ ରଣଜିତ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବନ ମହୋତ୍ସବକୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକବ୍ୟକ୍ତି ମା ପାଇଁ ଗୋଟିଏ ଗଛ ଲଗାଇବା ସହିତ ଏହା ଯତ୍ନ ନେବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସିଏମସି ପକ୍ଷରୁ ଆସିଥିବା ୫୭୦ ଟି ବିଭିନ୍ନ ଚାରା ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ଗ୍ରାମର ଜନ ସାଧାରଣଙ୍କୁ ବିତରଣ କରାଯାଇଥିଲା। ସ୍ୱଛସାଥୀ ସୁଚିତ୍ରା ପତି , ଝରଣା ରାଉତ, ଲୋପିତା ନାୟକ,ସୁମିତ୍ରା ସାହୁ ,ଲିଟନ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

No Result
View All Result