No Result
View All Result
୦୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଓ ପ୍ରସନ୍ନ କୁମାର ବସନ୍ତିଆ ଙ୍କ ଫାର୍ମ ହାଉସ୍ ରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରୋଟାରୀ କ୍ଳବ୍ ସଭାପତି ରୋଟାରିଆନ୍ ଶ୍ରୀକାନ୍ତ କୁମାର ଖଟେଇଙ୍କ ନେତୃତ୍ବରେ ସମସ୍ତ ରୋଟାରୀ ସଦସ୍ଯ ମାନେ ଏକାଠି ହୋଇ ଗଛ ରୋପଣ କାର୍ଯ୍ୟ ରେ ସାମିଲ୍ ହୋଇଥିଲେ। ଲେମ୍ବୁ, ଅମୃତଭଣ୍ଡା, ଅଁଳା, ପିଜୁଳି, ଡାଳିମ୍ବ ଆଦି ଅନେକ ଫଳ ଗଛ ରୋପଣ କରାଯାଇ ଥିଲା ।

ରୋଟାରୀ କ୍ଳବ୍ ସଂପାଦକ ଅବିନାଶ ସାହୁ ଓ ମିଶନ ଗ୍ରୀନ୍ ର ଚେୟାରମ୍ୟାନ ମିହିର ରଂଜନ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଗଛ ରୋପଣ କାର୍ଯ୍ୟକ୍ରମ ରେ ରୋଟାରିଆନ୍ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପ୍ରବୀର କୁମାର ପ୍ରୁଷ୍ଟି, ବାସୁଦେବ ସାହୁ, ପ୍ରସନ୍ନ କୁମାର ବସନ୍ତିଆ, ସନ୍ତୋଷ କୁମାର ନାୟକ, ଜି ରଶ୍ମିରାଜ, ମନୋରଂଜନ ପ୍ରଧାନ, ଦିଲ୍ଲିପ କୁମାର ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ସାହୁ, ଧୀରେନ୍ଦ୍ର କୁମାର ପଟ୍ଟନାୟକ ଓ ଶ୍ରୀଧର ସାହୁ ସହଯୋଗ କରିଥିଲେ ।


No Result
View All Result