No Result
View All Result
୦୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ ୫୬ ନମ୍ବର ୱ।ର୍ଡ଼ର ଉତ୍ତମାପୁର ସ୍ଥିତ ଆଚାର୍ଯ୍ୟ ହରିହର ବିଦ୍ୟା ପୀଠରେ ଶୁକ୍ରବାର ଦିନ ବନ ମହୋତ୍ସବ ପାଳନ କରାଯାଇଥିଲା । କଟକ ସଦର ନବ ନିର୍ବାଚିତ ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ପରେପରେ ବିଦ୍ୟାଳୟର ଛାତ୍ରଛାତ୍ରୀ , ଶିକ୍ଷକ ,ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ଅଞ୍ଚଳର ବିଜେପି କର୍ମୀମାନେ ମା ପାଇଁ ଗଛଟିଏ ଉଦ୍ଦେଶ୍ୟରେ ଗୋଟିଏ ଗୋଟିଏ ଗଛ ଲଗାଇଥିଲେ ।

ପ୍ରଧାନ ଶିକ୍ଷୟିତ୍ରୀ ନୀହାରିକା ବଳଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ବିଧାୟକ ଶ୍ରୀ ସେଠୀ ଯୋଗଦେଇ କହିଲେ ଯେ, ଜସ୍ୱଷୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବନ ମହୋତ୍ସବରେ ମା ପାଇଁ ବୃକ୍ଷଟିଏ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ବାଡ଼ି ବଗିଚାରେ ଲାଗାଇବା ସହିତ ଏହାର ଯତ୍ନ ନେବାକୁ ଆହ୍ୱାନ ଦେଇଛନ୍ତି । ଏଣୁ ବନ ମହୋତ୍ସବ ପାଇଁ ମାଗଣାରେ ଚାରା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ । ସେହିପରି ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ,

ସହିତ ବିଭିନ୍ନ ଅଭାବ ଅସୁବିଧା ସଂପର୍କରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ବିଚାର ବିମର୍ଷ କରିଥିଲେ । ସଭା ପରିଚାଳନା କରିଥିଲେ ଶିକ୍ଷକ ପାର୍ଥସାରଥି ମଲ୍ଲିକ । ଆୟୋଜିତ ଉତ୍ସବରେ ବିଦ୍ୟାଳୟର ପୂରାତନ ଛାତ୍ର ତଥା ବିଜେପିର ବରିଷ୍ଠ ସଦସ୍ୟ ବାଉରୀ ବନ୍ଧୁ ଜେନା , ବସନ୍ତ କୁମାର ପଣ୍ଡା , ପୂର୍ବତନ ବିଜେପି ୱ।ର୍ଡ଼ ସଭାପତି ସରୋଜ କୁମାର ବେହେରା ,ପ୍ରଶାନ୍ତ ନାୟକ , ବାବି ପଟ୍ଟନାୟକ , ଚିନୁ ଦଳେଇ , ସତ୍ୟ ରଞ୍ଜନ ଦାସ ,ଟୁଟୁ ପ୍ରଧାନ,ହେମନ୍ତ ପ୍ରଧାନ, ମୁନା ନାୟକ ପ୍ରମୁଖ । ଶେଷରେ ବିଧାୟକ କୃତି ଛାତ୍ରଛାତ୍ରୀଙ୍କୁ ସାର୍ଟିପିକେଟ ପ୍ରଦାନ କରିଥିଲେ ।


No Result
View All Result